ସାଧାରଣତଃ ଲୋକମାନଙ୍କୁ ଓଜନ କମ କରିବା ପାଇଁ ଗରମ ପାଣି ପିଇବାକୁ କୁହାଯାଇଥାଏ । ସେହିଭଳି ଶୀତଦିନେ ପ୍ରାୟତଃ ଲୋକମାନେ ଉଷୁମ ପାଣି ପିଇବାକୁ ପସନ୍ଦ କରିଥାନ୍ତି କାରଣ ଶୀତଦିନେ ଗରମ ପାଣି ପିଇବା ଦ୍ୱାରା ତଣ୍ଟିକୁ ଆରାମ ଲାଗିବା ସହ ଦେହ ପାଇଁ ଲାଭକାରୀ ହୋଇଥାଏ । କିଛି ଲୋକମାନେ ଏହି ଉପାୟ ଆପଣାଇ ଅଧିକ ଗରମ ପାଣି ସେବନ କରିଥାନ୍ତି । ଯାହା ଫଳରେ ଲାଭ ହେବା ବଦଳରେ କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା କାହିଁକି ଅଧିକା ଗରମ ପାଣି ପିଇବା ଅନୁଚିତ୍ ।
-ରାତିରେ ଶୋଇବା ସମୟରେ ଭୁଲରେ ବି ଗରମ ପାଣି ପିଅନ୍ତୁ ନାହିଁ । କାରଣ ଶୋଇବା ପୂର୍ବରୁ ଗରମ ପାଣି ପିଇବା ଦ୍ୱାରା ନିଦରେ ସମସ୍ୟା ଦେଖାଯାଇଥାଏ । ଅତ୍ୟଧିକ ଗରମ ପାଣି ପିଇବା ଦ୍ୱାରା ରକ୍ତ କଣିକା ଉପରେ ପ୍ରଭାବ ପଡ଼ିଥାଏ ।
-ସେହିଭଳି ଆମ ଶରୀରରେ କିଡନୀ ଏକ ଫିଲ୍ଟର ଭଳି କାମ କରିଥାଏ, ଯାହା ଶରୀରରୁ ଖରାପ ଜିନିଷ ବାହାର କରିଥାଏ । ଏନେଇ ଯଦି ଆପଣ ଅତ୍ୟଧିକ ଗରମ ପାଣି ସେବନ କରିଥାନ୍ତି ତେବେ କିଡନୀ ସଂଚାଳନ ଉପରେ ଖରାପ ପ୍ରଭାବ ପଡିଥାଏ । ଏନେଇ ସତର୍କ ରହିବା ଜରୁରୀ ।
-ଏସବୁ ବ୍ୟତୀତ ଯଦି ଆପଣ ପୁରା ଦିନ ଗରମ ପାଣି ସେବନ କରିଥାନ୍ତି ତେବେ ମସ୍ତିଷ୍କର ଶିରା ଫୁଲିଯିବା ଭଳି ସମସ୍ୟା ଦେଖାଯାଇଥାଏ । ଏହାଦ୍ୱାରା ମୁଣ୍ଡ ବିନ୍ଧା ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଏହିକାରଣରୁ ଅତ୍ୟଧିକ ଗରମ ପାଣି ପିଇବା ପ୍ରତି ସତର୍କ ରୁହନ୍ତୁ ।