ଗୋଲାପ ଜଳ ଏଭଳି ଏକ ବୁ୍ୟଟି ପ୍ରଡ଼କ୍ଟ , ଯାହାକୁ ସ୍କିନ୍ କେୟାରରେ ସାମିଲ୍ କରାଯାଇଥାଏ । ଗୋଲାପ ଜଳ ତ୍ୱଚା ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଏନେଇ ଆଜି ଆମେ ଆପଣଙ୍କୁ ମୁହଁରୁ ଛୋଟ ଦାଗ ହେଉ କି ବଡ ଦାଗ ଦୂର ହେବା ପାଇଁ ଏଭଳି ଏକ ଫେସ୍ ପ୍ୟାକ୍ ବିଷୟରେ ଜଣାଇବୁ, ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ମୁହଁରୁ ସମସ୍ତ ଦାଗ ଦୂର ହୋଇଯିବ । ଗରମ ଦିନେ ଗୋଲାପ ଜଳ ତ୍ୱଚାକୁ ହାଇଡ୍ରେଟ୍ ରଖିଥାଏ । ଏହାଦ୍ୱାରା ତ୍ୱଚା କୋମଳ ରହିଥାଏ । ଗୋଲାପ ଜଳରେ ପ୍ରସ୍ତୁତ ଏହି ଫେସ୍ ପ୍ୟାକ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଥିବା ଦାଗ ଯେପରି ବ୍ରଣ, କଳା ଦାଗ କିମ୍ବା ପିଗମେଣ୍ଟସନ୍ ସମ୍ପୂର୍ଣ୍ଣ ଦୂର ହୋଇଯାଇଥାଏ । କେବଳ ଏତିକି ନୁହେଁ ଏହା ଦ୍ୱାରା ଆପଣଙ୍କ ତ୍ୱଚାରୁ ଡେଡ୍ ସ୍କିନ୍ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ କିପରି ପ୍ରସ୍ତୁତ କରିବେ ଏହି ଫେସ୍ ପ୍ୟାକ . . .
ଆବଶ୍ୟକୀୟ ସାମଗ୍ରୀ:
ଗୋଲାପ ଜଳ ୧ ଚାମଚ
କମଳା ଚୋପା ପାଉଡର ୧ ଚାମଚ
ମହୁ ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ:
ଏହି ଫେସ୍ ପ୍ୟାକ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ଛୋଟ ବାଉଲ୍ ନିଅନ୍ତୁ । ଏହାପରେ ଆପଣ ସେଥିରେ ୧ ଚାମଚ ଗୋଲାପ ଜଳ, କମଳା ଚୋପା ପାଉଡ଼ର ଏବଂ ୧ ଚାମଚ ମହୁ ପକାନ୍ତୁ । ଏହାପରେ ଏହି ସମସ୍ତ ଜିନିଷକୁ ଭଲଭାବେ ମିଶାଇ ଦିଅନ୍ତୁ । ଏବେ ଆପଣଙ୍କ ଫେସ୍ ପ୍ୟାକ୍ ପ୍ରସ୍ତୁତ ।
ଏପରି କରନ୍ତୁ ବ୍ୟବହାର
ଏହି ପ୍ୟାକ୍ ମୁହଁରେ ଲଗାଇବା ପୂର୍ବରୁ ଭଲଭାବେ ମୁହଁକୁ ଫେସ୍ ୱାଶ କରନ୍ତୁ । ଏହାପରେ ପ୍ରସ୍ତୁତ ହୋଇଥିବା ପ୍ୟାକ କୁ ଧିରେ ଧିରେ ମୁହଁରେ ଲଗାନ୍ତୁ । ଏହାପରେ ଶୁଖିବା ପାଇଁ କିଛି ସମୟ ଛାଡି ଦିଅନ୍ତୁ । ଏବେ ଆପଣ ଖାଲି ପାଣିରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ। ଏହାପରେ ଆପଣ ଏଲୋବେରା ଜେଲ୍ କିମ୍ବା ମଶ୍ଚରାଇଜର କ୍ରିମ୍ ଲଗାନ୍ତୁ । ଯଦି ଆପଣ ବହୁତ ଜଲଦି ମୁହଁରୁ ଦାଗ ଦୂର କରିବା ପାଇଁ ଚାହୁଁଛନ୍ତି ତେବେ ଏହି ପ୍ୟାକ୍ କୁ ସପ୍ତାହରେ ୩ଥର ବ୍ୟବହାର କରନ୍ତୁ ।