ଶରୀର ପାଇଁ ସୁସ୍ଥ ଏବଂ ଉତ୍ତମ ହେଉଛି ବିଟ୍ । ବିଟ୍ ରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଫଇବର, କ୍ୟାଲସିୟମ ଏବଂ ଆଇରନ ରହିଥାଏ । ବିଟ୍ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର କରିବାରେ ସାହାଯ୍ୟ କରିଥାଏ । ସେହିଭଳି ଯଦି ଆପଣ ବିଟ୍ କୁ ତ୍ୱଚାରେ ବ୍ୟବହାର କରିବା ଦ୍ୱାରା ବ୍ରଣ, ଡାର୍କ ସ୍ପଟ୍ ଏବଂ କଳାଦାଗ ଭଳି ସମସ୍ୟା ଦୂର ହୋଇଥାଏ । ଏନେଇ ଆଜି ଆମେ ଆପଣଙ୍କୁ ଏଭଳି ଏକ ପ୍ୟାକ୍ ବିଷୟରେ ଜଣାଇବୁ, ଯାହାକୁ ଆପଣ ସହଜରେ ଘରେ ପ୍ରସ୍ତୁତ କରି ତ୍ୱଚାରେ ପ୍ରାକୃତିକ ଚମକ ଆଣିପାରିବେ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ଫେସ୍ ଫ୍ୟାକ୍ ।
ଆବଶ୍ୟକୀୟ ସାମଗ୍ରୀ:
ବିଟ୍ ଜୁସ୍
ଏଲୋବେରା ଜେଲ୍ ଅଧା ଚାମଚ
କିଛି ବୁନ୍ଦା ବାଦାମ ତେଲ
କିପରି କରିବେ ପ୍ରସ୍ତୁତ:
ବିଟ୍ ରେ ଏହି ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବ ପ୍ରଥମେ ବିଟ୍ କୁ ଭଲଭାବେ ଧୋଇ ଦିଅନ୍ତୁ । ଏହାପରେ ବିଟ୍ ରୁ ଭଲଭାବେ ଚୋପା ଛଡାଇ କାଟି ଦିଅନ୍ତୁ । ଏହାପରେ ଅଳ୍ପ ପାଣି ମିଶାଇ ଏହାକୁ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏହାପରେ ବିଟ୍ ରସକୁ ଭଲଭାବେ ଛାଣି ଦିଅନ୍ତୁ । ଏହାପରେ ସେଥିରେ ଏଲୋବେରା ଜେଲ୍ ଏବଂ ବାଦାମ ତେଲ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଏବେ ଆପଣଙ୍କ ବିଟ୍ ଟୋନର୍ ପ୍ରସ୍ତୁତ । ଏହାକୁ ଆପଣ ଏକ ସ୍ପ୍ରେ ବୋଟଲ୍ ରେ ରଖି ଫ୍ରିଜ୍ ରେ ରଖି ପାରିବେ । ପ୍ରତିଦିନ ଏହି ରସକୁ ତ୍ୱଚାରେ ଲଗାଇବା ଦ୍ୱାରା କଳାଦାଗ ଦୂର ହେବା ସହ ଚମକ ଆସିଥାଏ ।