ଆଜିକାଲି ସମସ୍ତେ ନିଜ ମୁହଁକୁ ସୁନ୍ଦର ଏବଂ ସଫା ରଖିବାକୁ ଚାହିଁଥାନ୍ତି । କାହିଁକି ନା ତ୍ୱଚା ସହ ମୁହଁର ଯତ୍ନ ନେବା ନିହାତି ଜରୁରୀ । କିନ୍ତୁ ବ୍ୟସ୍ତ ବହୁଳ ଜୀବନରେ ଠିକ୍ ଭାବେ ଯତ୍ନ କରିହୁଏନା । ସବୁଠାରୁ ବଡ କଥା ହେଉଛି ଆଖି ତଳ କଳା ଦେଖାଗଲେ ଫେସ୍ ଅସୁନ୍ଦର ଦେଖାଯାଇଥାଏ । ଏଥିପାଇଁ ପୁଅ ହୁଅନ୍ତୁ କି ଝିଅ ସମସ୍ତେ ଅନେକ ପ୍ରଡକ୍ଟ ବ୍ୟବହାର କରିଥାନ୍ତି । କିନ୍ତୁ ବେଳେ ବେଳେ ଏସବୁ ପ୍ରଡକ୍ଟ ମଧ୍ୟ କିଛି କାମ କରିନଥାଏ ।
ଆଖି ତଳେ ଅର୍ବିକ୍ୟୁଲାରିସ୍ ଓକୁଲି ନାମକ ଏକ ପ୍ରକାରର ବୃତାକାର ମାଂସପେଶୀ ରହିଥାଏ । ଗ୍ୟାଜେଟ୍ସରୁ ବାହାରୁଥିବା ଆଲୋକ ଆଖିତଳ ଚର୍ମକୁ ଶୁଷ୍କ କରିଦିଏ । ସେଥିପାଇଁ ଆଖି ପୋଡ଼ିବା, ଆଖିରେ ଲାଲ୍ ସିର ପଡ଼ିବା ସହିତ ଆଖି ବଥା ହେବା ଭଳି ସମସ୍ୟା ଦେଖାଯାଏ ।
ଆଖି ତଳ କଳା ଦାଗ ପାଇଁ ଦୃଷ୍ଟି ଶକ୍ତିରେ କ୍ଷତି ପହଞ୍ଚିବାର ମଧ୍ୟ ଆଶଙ୍କା ରହିଥାଏ । ଏଥିପ୍ରତି ସତର୍କ ରହିଲେ ଏପରି ସମସ୍ୟାକୁ ଦୂରେଇ ହେବ । ଏଥିରୁ ବର୍ତ୍ତିବା ପାଇଁ ଆଖିର ଯତ୍ନ ନେବା ସହିତ କଳା ଦାଗରୁ ମୁକ୍ତି ପାଇବା ପାଇଁ ହେଲେ ଅଣ୍ଡର ଆଇ ରୁଟିନକୁ ଫଲୋ କରିବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା ଆଖି ତଳ କଳାଦାଗକୁ କିପରି ଦୂର କରାଯାଇପାରିବ ।
ଆଖି ତଳୁ କଳାଦାଗ ଦୂର କରିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ମଶ୍ଚରାଇଜର୍ । ଆଖି ତଳେ ଥିବା ଚର୍ମ ଅତ୍ୟନ୍ତ ସୂକ୍ଷ୍ମ ହୋଇଥିବାରୁ ଅତି ଶୀଘ୍ର ଶୁଖିଯାଏ । ସେଥିପାଇଁ ମଶ୍ଚରାଇଜର ବ୍ୟବହାର କରିବା ନିହାତି ଜରୁରୀ । ସେହିପରି ଭିଟାମିନ ଇ ପରିମାଣ ଅଧିକ ଥିବା ଅଣ୍ଡର ଆଇ ପ୍ରଡକ୍ଟସ ବ୍ୟବହାର କରନ୍ତୁ।
ରାତିରେ ଶୋଇବା ପୂର୍ବରୁ ଆଖି ତଳେ ବାଦାମ ତେଲ ମାଲିସ କରିପାରିବେ । ଯେମିତି ଆଖି ତଳେ ଅଧିକ ଚାପ ନ ପଡ଼େ ସେଥିପ୍ରତି ଧ୍ୟାନ ଦେବେ । ଆଖି ତଳେ କୌଣସି ଔଷଧ କିମ୍ବା ପ୍ରାସାଧାନ ସାମଗ୍ରୀ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଆବଶ୍ୟକ । ଯଦି ଆପଣ ଏହିସବୁ ଉପାୟ ଅବଲମ୍ବନ କରିବେ ତେବେ ଖୁବ୍ କମ ଦିନରେ ଆପଣଙ୍କ ଆଖି ତଳେ ଥିବା କଳାଦାଗ ଦୂର ହୋଇଯିବ।