ବିଶ୍ୱ ପ୍ରସିଦ୍ଧ ଟଙ୍କ ତୋରାଣୀ, ଯାହା ଓଡିଶାର ପୁରୀ ଜିଲ୍ଲାରୁ ସୃଷ୍ଟି । ଏହି ଟଙ୍କ ତୋରାଣୀ ଘରେ ଘରେ ସମସ୍ତଙ୍କର ପ୍ରିୟ। ବିଶେଷକରି ଖରାଦିନେ ପ୍ରତିଟି ଓଡ଼ିଆଙ୍କ ଘରେ ଟଙ୍କ ତୋରାଣୀ ସେବନ କରାଯାଇଥାଏ, ଯାହା ଗରମ ଦିନେ ଶରୀରକୁ ଥଣ୍ଡା ରଖିବା ସହ ପାଟିକୁ ମଧ୍ୟ ସ୍ୱାଦିଷ୍ଟ ଲାଗିଥାଏ । ଏହି ଟଙ୍କ ତୋରାଣୀକୁ ନେଇ ଆଇଏମଡି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି, ଅତ୍ୟଧିକ ଗରମରୁ ରକ୍ଷା ପାଇଁ ତୋରାଣୀ ପିଇବା ସ୍ୱାସ୍ଥ୍ୟପ୍ରତି ଲାଭଦାୟକ ହୋଇଥାଏ । ଏହି ଟଙ୍କ ତୋରାଣୀ ପ୍ରସ୍ତୁତି ପାଇଁ ଆପଣ ବାସି ଭାତରେ ପାଣି ପୁରାଇ ସେଥିରେ ଜୀରାଗୁଣ୍ଣ, ଲଙ୍କା, ଧନିଆପତ୍ର ଏବଂ ଲେମ୍ବୁରସ ପକାନ୍ତୁ । ଏହିଭଳି ଭାବେ ତୋରୀଣୀ ପ୍ରସ୍ତୁତ ହେବା ପରେ ଏହା ପିଇବା ପାଇଁ ପାଟିକୁ ଯେତିକି ଟେଷ୍ଟି ଲାଗିଥାଏ ଶରୀର ପାଇଁ ମଧ୍ୟ ସେତିକି ଲାଭକାରୀ ହୋଇଥାଏ ।
ସେହିଭଳି ଟଙ୍କ ତୋରାଣୀରେ ଔଷଧୀୟ ଗୁଣ ମଧ୍ୟ ରହିଥାଏ । ବିଶେଷକରି ଥଣ୍ଡା ଏବଂ ଅପଚ ସମସ୍ୟାରେ ଆପଣ ଏହି ତୋରାଣୀ ସେବନ କରିପାରିବେ । ତେବେ ଆସନ୍ତୁ ଜାଣିବା ଟଙ୍କତୋରାଣୀ ଗରମ ଦିନେ ଶରୀର ପାଇଁ କେତେ ଲାଭକାରୀ?
ଟଙ୍କ ତୋରାଣୀ ପେଟକୁ ସହଜରେ ଥଣ୍ଡା କରିଥାଏ । ତେଣୁ ଏହା ଏକ ଆରୋଗ୍ୟକାରୀ ପାନୀୟ ସହ ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ । ଏଥିସହ ଏହା ଏକ ତାଜା ଏବଂ ସୁସ୍ଥ ପାନୀୟ ହୋଇଥିବାରୁ ଗ୍ରୀଷ୍ମ ମାସ ପାଇଁ ଉପଯୁକ୍ତ । ସବୁଠାରୁ ବଡ କଥା ହେଉଛି ଟଙ୍କ ତୋରାଣି ଶରୀରରେ ଉପଯୁକ୍ତ କ୍ୟାଲୋରୀ ପ୍ରଦାନ କରିବା ସହ ମୋଟାପଣ କମ କରିବାରେ ସାହାଯ୍ୟ କରିଥାଏ । ଏସବୁ ବ୍ୟତୀତ ଟଙ୍କ ତୋରାଣୀରେ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ, ଯାହା ଗରମ ଦିନେ ଥକାପଣକୁ ଦୂର କରି ଶରୀରରେ ଶକ୍ତି ସଂଞ୍ଚାର କରିଥାଏ ।