ଖରା ଦିନେ ସମସ୍ତେ ନିଜକୁ ସୁସ୍ଥ ରଖିବା ପାଇଁ ବା ନିଜକୁ ଥଣ୍ଡା ରଖିବା ପାଇଁ ଚାହିଥାନ୍ତି । ଏନେଇ ଲୋକମାନେ ନିଜ ଖାଦ୍ୟ-ପାନୀୟରେ ଅନେକ ପରିବର୍ତ୍ତନ କରିଥାନ୍ତି । ଏହି ସମୟରେ ଅଧିକାଶଂ ଲୋକେ ଥଣ୍ଡା ଜାତୀୟ ଜିନିଷ ସେବନ କରିବାକୁ ଇଚ୍ଛା କରିଥାନ୍ତି, ଯାହା ଗରମରୁ ମୁକ୍ତି ଦେଇଥାଏ । ସେହିଭଳି ଅଧିକାଶଂ ଲୋକଙ୍କୁ ଖରା ଦିନେ ଲସି ପିଇବାକୁ ଭଲ ଲାଗିଥାଏ । ଏହା ଶରୀରକୁ ଥଣ୍ଡା ପ୍ରଦାନ କରିବା ସହ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ । କାର୍ବୋହାଇଡ୍ରେଟ, ସୋଡିୟମ, ପ୍ରୋଟିନ ଓ ଫାଇବରରେ ଭରପୁର ଲସି ସ୍ୱାଦିଷ୍ଟ ହେବା ସହ ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ତେବେ ଆସନ୍ତୁ ଜାଣିବା ଲସି ପିଇବା ଦ୍ୱାରା କ’ଣ ଲାଭ ମିଳିଥାଏ ।
ଖରାଦିନ ଖଟା-ମିଠା ଲସି ପିଇବା ଦ୍ୱାରା ପାଟିକୁ ବେଶ ସ୍ୱାଦିଷ୍ଟ ଲାଗିଥାଏ । ଏହା ପାଚନ ତନ୍ତ୍ରକୁ ମଧ୍ୟ ମଜବୁତ କରିଥାଏ । ପୋଷକ ତତ୍ତ୍ୱରେ ଭରପୁର ଲସିରେ ଫାଇବରର ଉତ୍ତମ ସ୍ରୋତ ରହିଛି, ଯାହା ପେଟ ସହ ଜଡିତ ଅନେକ ସମସ୍ୟାକୁ ଦୂର କରିଥାଏ । ଏଥିସହ ଲସି କୋଷ୍ଠକାଠନ୍ୟ, ଗ୍ୟାସ ଓ ଏସିଡିଟିରୁ ମୁକ୍ତି ଦେଇଥାଏ । ଏହାକୁ ପିଇବା ଦ୍ୱାରା ପାଚନ ତନ୍ତ୍ର ଓ ପେଟ ସୁସ୍ଥ ରହିଥାଏ । ଲସି ପିଇବା ଦ୍ୱାରା ହାଡ ମଜବୁତ ହୋଇଥାଏ । ଏହା ସହ ଏହାର ସେବନ ଦ୍ୱାରା ମାଂସପେଶୀରେ ଥିବା କ୍ୟାଲସିୟମର ଭରପୁର ମାତ୍ରା ଥକ୍କାପଣ ଦୂର କରିବାରେ ସହାୟକ ହୋଇଥାଏ । ଏହାର ସେବନ ଦ୍ୱାରା ଦାନ୍ତ ମଧ୍ୟ ସକ୍ତ ହୋଇଥାଏ ।
ଏସବୁ ବ୍ୟତୀତ ଖରା ଓ ଗରମ ପ୍ରଭାବରେ ମସ୍ତିଷ୍କ ଅଶାନ୍ତ ରହିବା ସହ ଚିଡାଚିଡା ଅନୁଭବ ହୋଇଥାଏ। ତେବେ ଏଭଳି ପରିସ୍ଥିତିରେ ଲସି ପିଇବା ଦ୍ୱାରା ମସ୍ତିଷ୍କ ଥଣ୍ଡା ରହିବା ସହ ଶରୀରକୁ ଆବଶ୍ୟକୀୟ ଶକ୍ତି ମଧ୍ୟ ମିଳିଥାଏ।