ଆଖି ପ୍ରତ୍ୟେକ ମନୁଷ୍ୟର ପରିଚୟ । ଏହି କାରଣରୁ ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିଜ ଆଖିର ଯତ୍ନ ନେବା ଜରୁରୀ । ବେଳେ ବେଳେ ଆଖିର ଯତ୍ନ ନେବା ପରେ ମଧ୍ୟ ଆଖି ତଳ କଳା ପଡ଼ିଯିବାର ସମସ୍ୟା ଦେଖାଯାଇଥାଏ । ଯେଉଁ କାରଣରୁ ଆଖିର ସୁନ୍ଦରତା ନଷ୍ଟ ହେବା ସହ ମୁହଁର ସୁନ୍ଦରତା ମଧ୍ୟ ନଷ୍ଟ ହୋଇଥାଏ । ଏନେଇ ଆଜି ଆମେ ଆପଣଙ୍କୁ ଆପଣଙ୍କୁ ଏଭଳି ଏକ ମାସ୍କ ବିଷୟରେ ଜଣାଇବୁ , ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଆଖି ତଳେ ଥିବା କଳା ଦାଗ ଅର୍ଥାତ ଅଣ୍ଡର ଆଇ ଡାର୍କ ସର୍କଲ ସମସ୍ୟା ଦୂର ହୋଇପାରିବ । ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ମାସ୍କ. . .
ଏହି ମାସ୍କକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କଫି, ମହୁ ଏବଂ ଭିଟାମିନ-ଇ କ୍ୟାପସୁଲ ଆବଶ୍ୟକ । ଏହି ୩ଟି ଜିନିଷ ମିଶ୍ରଣ କରି ଆଖି ତଳେ ଲଗାଇବା ଦ୍ୱାରା ବହୁତ ଜଲଦି ଡାର୍କ ସର୍କଲ ସମସ୍ୟା ଦୂର ହୋଇଥାଏ । ପ୍ରଥମେ ଆପଣ ବାଉଲ୍ ରେ ଏକ ଚାମଚ କଫି ପାଉଡର , ଏକ ଚାମଚ ମହୁ ମିଶାଇ ଗୋଳାଇ ଦିଅନ୍ତୁ ଏବେ ସେଥିରେ ଗୋଟିଏ ଭିଟାମିନ-ଇ କ୍ୟାପସୁଲ ମିଶାଇ ଭଲଭାବେ ମିଶ୍ରଣ କରନ୍ତୁ ।
ବର୍ତ୍ତମାନ ଆପଣ ଏହି ମାସ୍କକୁ ଆଖି ତଳେ ଲଗାନ୍ତୁ । ଲଗାଇବାର ୧୦ ମିନିଟ୍ ପର୍ଯ୍ୟନ୍ତୁ ସୁଖିବାକୁ ଛାଡି ଦିଅନ୍ତୁ । ଏହାପରେ ଥଣ୍ଡା ପାଣିରେ ଭଲଭାବେ ମୁହଁକୁ ଧୋଇ ଦିଅନ୍ତୁ । ଯଦି ଆପଣ ଖୁବ୍ ଜଲଦି ଏହି ଡାର୍କ ସର୍କଲ ସମସ୍ୟା ଦୂର କରିବାକୁ ଚାହୁଁଛନ୍ତି ତେବେ ଏହି ମାସ୍କୁ କୁ ପ୍ରତିଦିନ ବ୍ୟବହାର କରନ୍ତୁ । ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଆପଣ ନିଜେ ଫରକ୍ ଅନୁଭବ କରିପାରିବେ ।