ଆଜିକାଲି ଅତ୍ୟଧିକ ମୋଟାପଣ ଅଧିକାଂଶ ଲୋକମାନଙ୍କ ପାଖରେ ଦେଖିବାକୁ ମିଳିଥାଏ । ଖରାପ ଖାଦ୍ୟ-ପାନୀୟ ପାଇଁ ଖୁବ୍ କମ ବୟସରୁ ପିଲାମାନେ ମଧ୍ୟ ମୋଟାପଣର ଶିକାର ହେଉଛନ୍ତି । ଏନେଇ କାମ କରିବାକୁ ମଧ୍ୟ କଷ୍ଟ ପଡିଥାଏ । ବେଳେବେଳେ ଲୋକମାନେ ମୋଟାପଣରୁ ମୁକ୍ତି ପାଇବା ପାଇଁ ଜିମ୍ ଯିବା ସହ କିଛି ପ୍ରଡକ୍ଟ କିଣି ଖାଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ବିନା ଖର୍ଚ୍ଚରେ ବି ଆପଣ ଖୁବ୍ ସହଜରେ ପତଳା ହୋଇପାରିବେ । କିଛି ଘରୋଇ ଜିନିଷ ଆପଣାଇ ଆପଣ ନିଜର ମୋଟାପଣକୁ କମ କରିପାରିବେ। ତେବେ ଆସନ୍ତୁ ଜାଣିବା କ’ଣ ସେହି ଉପାୟ. . .
ଜୀରା ଏଭଳି ଏକ ମସଲା ଯାହା ସମସ୍ତଙ୍କ ରୋଷେଇ ଘରେ ବ୍ୟବହାର କରାଯାଇଥାଏ । ଏହା କେବଳ ଖାଦ୍ୟ ପ୍ରସ୍ତୁତିରେ ମସଲା ଭାବେ ବ୍ୟବହାର କରାଯାଇନଥାଏ ବରଂ ଏହା ମୋଟାପଣ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିସହ ଜୀରା ହଜମ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଲାଭକାରୀ ହୋଇଥାଏ । ଜୀରା ପିଇବା ଲାଭକାରୀ ହୋଇଥାଏ, କାରଣ ଏଥିରେ କ୍ୟାଲୋରୀ କମ ରହିଥାଏ ଏବଂ ଏହା ମୋଟାପଣ କମ କରିବାରେ ସାହାଯ୍ୟ କରିଥାଏ । ଜୀରା ପାଣିରେ ଆଇରନ୍ ରହିଥାଏ ଯାହା ଶରୀରର ଫୁଲାପଣକୁ କମ କରିଥାଏ ।
ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଏହି ପାନୀୟ:
ଜୀରା ପାଣି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ୨ ଚାମଚ ଜୀରା ନେଇ ଏକ ଗ୍ଲାସ ପାଣିରେ ପକାନ୍ତୁ । ଏହାକୁ ରାତି ସାରା ଭିଜାଇ ରଖନ୍ତୁ । ଏହାପରେ ସକାଳୁ ଏହି ପାଣିକୁ ହାଲୁକା ଗରମ କରିଦିଅନ୍ତୁ । ଏବେ ଏହି ପାଣିକୁ ଛାଣି ସେଥିରେ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ । ଏହି ଜୀରା ପାଣିକୁ ଯଦି ଆପଣ ପ୍ରତିଦିନ ସେବନ କରିବେ ତେବେ ଖୁବ୍ ଶୀଘ୍ର ଏହାର ରେଜଲ୍ଟ ପାଇପାରିବେ ।
ସେହିଭଳି ଆପଣ ଚାହିଁଲେ ଜୀରାକୁ ଗ୍ରାଇଣ୍ଡିଂ କରି ସେବନ କରିପାରିବେ । ଅର୍ଥାତ ଯଦି ଆପଣ ସହଜରେ ଏହି ପାନୀୟ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତେବେ ଏହାକୁ ଗ୍ରାଇଣ୍ଡିଂ କରି ପାଉଡର କରିଦିଅନ୍ତୁ । ଏହାପରେ ଏକ କପ ପାଣିରେ ଏକ ଚାମଚ ଜୀରା ପାଉଡର ପକାଇ ଫୁଟାଇ ଦିଅନ୍ତୁ । ଏହାପରେ ଥଣ୍ଡା ହେବା ପରେ ସେବନ କରନ୍ତୁ । ଏହି ପାନୀୟକୁ ଖାଦ୍ୟ ପରେ ପିଇଲେ ଅଧିକା ଲାଭ ମିଳିଥାଏ ।