ଖାଦ୍ୟ ପାନୀୟରେ ଅବହେଳା ଏବଂ ଦୂଷିତ ପାଣି ପାଇଁ ଆଜିକାଲି କମ ବୟସରୁ କେଶ ଝଡିବା ସମସ୍ୟା ଅଧିକାଂଶ ଲୋକମାନଙ୍କ ପାଖରେ ଦେଖିବାକୁ ମିଳୁଛି । କମ ବୟସରୁ କେଶ ଝଡ଼ିବା ଏବଂ କେଶ ଧଳା ହେବା ଭଳି ସମସ୍ୟା ଝିଅ-ପୁଅ ଉଭୟଙ୍କ ପାଖରେ ଦେଖିବାକୁ ମିଳୁଛି । ଏନେଇ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଏଲୋପାଥିକ୍ ଔଷଧ ଏବଂ ହେୟାର କଲର୍ ବ୍ୟବହାର କରିଥାନ୍ତି । କିନ୍ତୁ ପରେ ଏହିସବୁ ଜିନିଷର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଥାଏ । ଏନେଇ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ବିଷୟରେ ଜଣାଇବୁ, ଯାହାକୁ ବ୍ୟବହାର କରି ଆପଣ ଏହି ସମସ୍ୟା ଦୂର କରିପାରିବେ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ କେଶ ଝଡିବା ସମସ୍ୟା ପାଇଁ ନଡ଼ିଆ ତେଲ ସବୁଠାରୁ ଉତ୍ତମ । ନଡ଼ିଆ ତେଲ ବ୍ୟବହାର କରିବା ଦ୍ୱାରା କେବଳ କେଶ ଝଡିବା ସମସ୍ୟା ଦୂର ହୋଇନଥାଏ ବରଂ ଶାରିରୀକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ତେବେ ଜାଣି ରଖନ୍ତୁ ବିଭିନ୍ନ ସମସ୍ୟା ଦୂର କରିବା ପାଇଁ କିପରି ବ୍ୟବହାର କରିବେ ନଡ଼ିଆ ତେଲ?
ସର୍ବ ପ୍ରଥମେ ଆପଣ ଏକ ଚାମଚ ନଡ଼ିଆ ତେଲରେ ୪ ଚାମଚ ପିଆଜ ରସ ମିଶାନ୍ତୁ । ଏହାପରେ ଏହି ମିଶ୍ରଣକୁ କେଶର ମୂଳରେ ଭଲଭାବେ ମାଲିସ କରନ୍ତୁ । ଏହି ଉପାୟ ଆପଣେଇବା ଦ୍ୱାରା କେଶ ଝଡିବା ସମସ୍ୟା କମ ହେବା ସହ କେଶ କଳା ମଧ୍ୟ ହୋଇଥାଏ।
ସେହିଭଳି ଯେଉଁ ଲୋକମାନଙ୍କ ତ୍ୱଚା ଏବଂ ଆଖି ତଳ କଳାଦାଗ ସମସ୍ୟା ରହିଥାଏ ସେହି ବ୍ୟକ୍ତି ଏକ ଚାମଚ ନଡ଼ିଆ ତେଲରେ ଏକ ଚାମଚ କଫି ପାଉଡର ମିଶାନ୍ତୁ । ଏହାପରେ ସେହି ମିଶ୍ରଣକୁ ସାବଧାନତାର ସହ ଆଖି ତଳେ ଲଗାଇ ୨ ମିନିଟ୍ ପର୍ଯ୍ୟନ୍ତ ହାଲୁକା ମସାଜ୍ କରନ୍ତୁ । ଏହି ମିଶ୍ରଣକୁ ଲଗାଇ ରାତି ସାରା ରଖିବା ପରେ ପରଦିନ ସକାଳୁ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ତ୍ୱଚାରେ ଗୋରାପଣ ଆସିବା ସହ ଆଖି ତଳ କାଳାଦାଗ ଦୂର ହୋଇଥାଏ ।
ଅଧିକାଂଶ ଲୋକଙ୍କ ପାଖରେ ଗୋଡ ଫାଟିବା ସମସ୍ୟା ଦେଖାଯାଇଥାଏ । ଏନେଇ ଅନେକ ସମୟରେ କଷ୍ଟ ମଧ୍ୟ ହୋଇଥାଏ । ଏନେଇ ଗୋଡ ଫଟା ସମସ୍ୟା ଦୂର କରିବା ପାଇଁ ଏକ ଚାମଚ ନଡ଼ିଆ ତେଲରେ ପେଟ୍ରୋଲିୟମ ଜେଲ୍ ମିଶାନ୍ତୁ । ଏହାପରେ ସେହି ମିଶ୍ରଣକୁ ଫଟା ଗୋଇଠିରେ ଲଗାନ୍ତୁ । ଏପରି କରିବା ଦ୍ୱରା ଗୋଡ ଫଟା ସମସ୍ୟା ଦୂର ହୋଇଥାଏ ।
ଏସବୁ ବ୍ୟତୀତ ଯେଉଁ ବ୍ୟକ୍ତିଙ୍କର ଦାନ୍ତ ହଳଦିଆ ଦେଖାଯିବା ଭଳି ସମସ୍ୟା ରହିଥାଏ ସେହି ବ୍ୟକ୍ତିମାନେ ଏକ ଚାମଚ ନଡ଼ିଆ ତେଲରେ ଏକ ଚାମଚ ହଳଦୀ ଗୁଣ୍ଡ ଭଲଭାବେ ମିଶାଇ ଦିଅନ୍ତୁ । ଏବେ ସେହି ମିଶ୍ରଣକୁ ବ୍ରଶରେ ଭଲଭାବେ ଲଗାଇ ଦାନ୍ତ ସଫା କରନ୍ତୁ । ସପ୍ତାହରେ ୨ ଥର ଏପରି କରିବା ଦ୍ୱାରା ଦାନ୍ତରୁ ହଳଦିଆ ଦାଗ ଦୂର ହେବା ସହ ଦାନ୍ତ ଧଳା ଦେଖାଯାଇଥାଏ ।