ଆଜିକାଲି ପାଣିପାଗ ପରିବର୍ତ୍ତନରେ ଅଧିକାଂଶ ଲୋକଙ୍କ ପାଖରେ ଥଣ୍ଡା, କାଶ ଏବଂ ଜ୍ୱର ହେବା ଭଳି ସମସ୍ୟା ଦେଖାଯାଇଥାଏ । ଏନେଇ ସତ୍ତର୍କ ରହିବା ନିହାତି ଜରୁରୀ । ଏଭଳି ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବା ସହ ଆପଣ କିଛି ଘରୋଇ ଉପାୟ ମଧ୍ୟ ଆପଣେଇ ପାରିବେ । ତେବେ ଆସନ୍ତୁ ଜାଣଇବା କ’ଣ ସେହି ଉପାୟ. . .
ଶରୀର ପାଇଁ ଅତି ଲାଭକାରୀ ହୋଇଥାଏ ଜୁଆଣୀ । ଏନେଇ ଆପଣ ଘର ଖାଦ୍ୟରେ ଜୁଆଣୀ ମିଶାଇ ଖାଇ ପାରିବେ । ଏଥିସହ ଡାକ୍ତରମାନେ ମଧ୍ୟ ଜୁଆରୀ ଚା’ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ଏଥିପାଇଁ ଆପଣ ଏକ ଗ୍ଲାସ ପାଣି ନେଇ ସେଥିରେ ଅଧ ଚାମଚ ଜୁଆଣୀ ପକାନ୍ତୁ । ଏବେ କିଛି ସମୟ ଜୁଆଣୀକୁ ପାଣିରେ ଫୁଟାଇବା ପରେ ଛାଣି ଦିଅନ୍ତି । ଏହାପରେ ସେଥିରେ ମହୁ ଏବଂ ଲେମ୍ବୁ ମିଶାଇ ସେବନ କରନ୍ତୁ । ଏହି ଚା’ ପିଇବା ଦ୍ୱାରା ଥଣ୍ଡାରୁ ଆରାମ ମିଳିଥାଏ ।
ସେହିଭଳି ଜୁଆଣୀ ଖାଇବା ଦ୍ୱାରା ଅନେକ ପ୍ରକାର ସଂକ୍ରମଣରୁ ରକ୍ଷା ମିଳିଥାଏ । ଅର୍ଥାତ ଋତୁ ପରିବର୍ତ୍ତନ ଅନୁଯାୟୀ ବିଭିନ୍ନ ପ୍ରକାର ସଂକ୍ରମଣରୁ ଜୁଆରୀ ରକ୍ଷା କରିଥାଏ । ଏହିକାରଣରୁ ପ୍ରତିଦିନ ଜୁଆଣୀ ଖାଇବା ଉଚିତ୍ ।
ଋତୁ ପରିବର୍ତ୍ତନ ଅନୁଯାୟୀ ସାଧାରଣତଃ ଥଣ୍ଡା-କାଶ ସମସ୍ୟା ଦେଖାଯାଇଥାଏ । ଏଥିପାଇଁ ଆପଣ ଜୁଆଣୀରେ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ଆରାମ ଅନୁଭବ କରିପାରିବେ ଏବଂ ଆପଣଙ୍କୁ ବହୁତ ଜଲଦି ଆପଣଙ୍କୁ ଥଣ୍ଡା-କାଶ ସମସ୍ୟାରୁ ମୁକ୍ତି ମିଳିବ । ଏଥିସହ ପେଟ ଯନ୍ତ୍ରଣା ଏବଂ କବଚ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଜୁଆଣୀ ବ୍ୟବହାର କରିପାରିବେ ।