ଅଳାଁ ଏକ ଆର୍ୟୁବେଦିକ ଜଡିବୁଟି । ଅଳାଁରେ ଭିଟାମିନ୍-ଇ, ଭିଟାମିନ-ସି ଏବଂ ଟାନିନ୍ ରହିଥାଏ । ପୁରାତନ କାଳରୁ ଅଳାଁ ଅନେକ ରୋଗ ଠାରୁ ଆରମ୍ଭ କରି କେଶର ଯତ୍ନ ପାଇଁ ବ୍ୟବହାର କରାଯାଏ । ତେବେ ଆଜି ଆମେ ଆପଣଙ୍କୁ କେଶ ପାଇଁ ଅଳାଁ ତେଲ କିପରି ପ୍ରସ୍ତୁତ କରିବେ ଜଣାଇବୁ । ଅଳାଁରେ ଏଭଳି କିଛି ଗୁଣ ରହିଥାଏ ଯାହା କେଶକୁ ମଜବୁତ୍ କରିବା ସହ କେଶ ଝଡିବା ମଧ୍ୟ ବନ୍ଦ କରିଥାଏ । ଏଥିସହ ଏହି ତେଲ ଲଗାଇବା ଦ୍ୱାରା କେଶ ଧଳା ହେବାର ସମସ୍ୟା ବି କମ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଶର ଯତ୍ନ ପାଇଁ କିପରି ପ୍ରସ୍ତୁତ କରିବେ ଅଳାଁ ତେଲ ।
ଅଳାଁ ତେଲ ପ୍ରସ୍ତୁତ କରିବା ପାଇଁ ସର୍ବ ପ୍ରଥମେ ଆପଣ ୧୦ ରୁ ୧୫ଟି ଅଳାଁ ଆଣନ୍ତୁ । ଏବେ ସେହି ଅଳାଁକୁ ଖରାରେ ସୁଖାଇ ଦିଅନ୍ତୁ । ଏହାପରେ ସେହି ଅଳାଁକୁ ଗ୍ରାଇଣ୍ଡିଂ କରି ପାଉଡର ପ୍ରସ୍ତୁତ କରନ୍ତୁ । ଏହାପରେ ସେହି ପାଉଡରକୁ ଏକ କଡେଇରେ ପକାଇ ୩ ରୁ ୪ ମିନିଟ୍ ପର୍ଯ୍ୟନ୍ତ ଉଷୁମ କରିଦିଅନ୍ତୁ । ଏହାପରେ ସେଥିରେ ନଡ଼ିଆ ତେଲ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । କିଛି ସମୟ ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏହାପରେ ତେଲଟିକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ତେଲଟି ଥଣ୍ଡା ହେବା ପରେ ଏକ ବୋତଲରେ ଭର୍ତ୍ତି କରିଦିଅନ୍ତୁ । ମନେ ରେଖିବେ ତେଲ ବୋତଲଟିକୁ ଯେପରି ୧୫ ଦିନ ପର୍ଯ୍ୟନ୍ତ ଖରାରେ ରଖିବେ । ଏହାପରେ ତେଲକୁ ଛାଣି ଅନ୍ୟ ଏକ ବୋତଲରେ ରଖନ୍ତୁ ।
କିପରି ବ୍ୟବହାର କରିବେ ଅଳାଁ ତେଲ:
ଅଳାଁ ତେଲକୁ ଆପଣ ଭଲଭାବେ ମୁଣ୍ଡରେ ମାଲିସ୍ କରନ୍ତୁ । ତେଲକୁ ମୁଣ୍ଡରେ ଲଗାଇବା ପରେ ୧ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏବେ ଅପାଣ ଶାମ୍ପୂ କରିଦିଅନ୍ତୁ । ସେହିଭଳି ଯଦି ଆପଣ ଜଲଦି ରେଜଲ୍ଟ ପାଇବାକୁ ଚାହୁଁଛନ୍ତି ତେବେ ସପ୍ତାହରେ ୨ ରୁ ୩ ଥର ଏହି ତେଲ ବ୍ୟବହାର କରନ୍ତୁ ।