ଢେଙ୍କାନାଳ ଜିଲ୍ଲା ଆଦିମ ଜନଜାତି ଯୁଆଙ୍ଗ ମହାସଂଘ ପକ୍ଷରୁ କଙ୍କଡ଼ାହାଡ଼ ବ୍ଲକ କୀର୍ତ୍ତନପୁର ପଧାନସାହି ଠାରେ ଏକ ସଭା ଅନୁଷ୍ଠିତ ହୋଇଛି ।ଏହି ସଭାରେ ଅତିଥି ପବିତ୍ର ମୋହନ ଦାସ,ଆଦିତ୍ୟ ପ୍ରସାଦ ପଣ୍ଡା ଜ଼ିଲ୍ଲା ସଭାପତି ଗୋପାଳ ପଧାନ ଉପସ୍ଥିତ ଥିଲେ।ଯୁଆଙ୍ଗ ଲୋକମାନେ କିଭଳି ଭାବରେ ନିଜର ଭାଷା, ନିଜର ଜଙ୍ଗଲ ଜମି ପଟ୍ଟା ପାଇ ପାରିବେ ସେ ନେଇ ଆଲୋଚନା ହୋଇଥିଲା ।ଶେଷରେ ଯୁଆଙ୍ଗ ଭାଷାରେ ଚାଙ୍ଗୁ ନୃତ୍ୟ ପରିବେଷଣ କରାଯାଇଥିଲା ।
ମମିତା ମେହେର ହତ୍ୟାକାଣ୍ଡ ରେ ଜଗତସିଂହପୁର ବିଜେପିର ଏସପି ଅଫିସ ଘେରାଉ।
ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ବିଜେଡି ଦଳର ଗୃହମନ୍ତ୍ରୀ ଙ୍କ ସଂପୃକ୍ତି ନେଇ ବିଜେପି ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ଓ ଆନ୍ଦୋଳନ ଜାରି ରହିଥିବାବେଳେ, ଗତକାଲି ଜଗତସିଂହପୁର ଜିଲା ଭାରତୀୟ ଜନତା ପାର୍ଟି ପଷରୁ ମମିତା ମେହେର ହତ୍ୟାକାଣ୍ଡ ର ସିବିଆଇ ତଦନ୍ତ ଦାବି ଓ ଗୃହମନ୍ତ୍ରୀ କ୍ୟାପେଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଏବଂ ଗିରଫ ଦାବିରେ
ଏସପି ଅଫିସ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ସ୍ଥାନୀୟ ସାରଦା ମଣ୍ଡପ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଏସପି ଅଫିସ ସମ୍ମୁଖରେ ଥିବା ପୋଲିସ ବ୍ୟାରିକେଡ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରତିବାଦ ସଭାକରି ରାଜ୍ୟର ବିଜେଡି ସରକାର ବିରୋଧରେ ଗର୍ଜନ କରିବା ସହିତ କ୍ୟାପେଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ଦାବି ସହ ଗୃହ ମନ୍ତ୍ରୀ ପଦରୁ ବହିଷ୍କାର ଦାବିରେ ଏକ ଦାବିପତ୍ର ଏସପିଙ୍କୁ ପ୍ରଦାନ କରିଥିଲେ।
ତେବେ ବିଜେପି କର୍ମୀ ମାନେ ପୋଲିସ ସହ ଧସ୍ତାଧସ୍ତି ହୋଇ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବା ନେଇ ପୋଲିସ ବିଜେପି କର୍ମୀ ମାନଙ୍କୁଗିରଫ କରିଥିଲେ।
ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ଶତାଧିକ ବିଜେପି କର୍ମୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।Slag-(ଏଭିଓବାଇଟ)ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ର ଗ୍ରାମ୍ୟ ସଚେତନତା କାର୍ଯ୍ୟକ୍ରମ।।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତର ରଙ୍କେଇ ଗ୍ରାମ ରେ ପାରାଦ୍ଵୀପ-ରାୟପୁର-ରାଞି ପାଇପଲାଇନ୍ ର ଏକ ମକ୍ ଡ୍ରିର୍ଲ୍ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
ଏହି କାର୍ଯ୍ୟକ୍ରମ ରେ ଗ୍ରାମାଞ୍ଚଳର ଚାଷ ଜମି ତଳ ଦେଇ ଯାଇଥିବା ପାଇପ୍ ଲାଇନ୍ ରେ ଯଦି କେବେ ଲିକ୍ କିମ୍ବା ନିଆଁ ଲଗେ ତେବେ ସେଥିରୁ କିଭଳି ଲୋକମାନେ ନିଜେ ସଚେତନ ହେବା ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କୁ ସଚେତନ କରାଇ ବା ସହିତ ନିକଟସ୍ଥ ଫାୟାର ଷ୍ଟେସନ କୁ ଜଣାଇ ନିଆଁ କୁ ଆୟତ କରିବା ସଙ୍ଗେ ସଙ୍ଗେ ଯଦି କୋୖଣସି ବେକ୍ତି ନିଆଁ ରେ ପୋଡ଼ି ଯାଇଥିବ କିମ୍ବା ଚେତାସୁନ୍ୟ ହୋଇଛି ତାହେଲେ ତାକୁ ତୁରନ୍ତ ଆମ୍ବୁଲାନ୍ସ କୁ ଖବର ଦେବା ସହିତ ପ୍ରାଥମିକ ଚିକିତ୍ସା କରାଇ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇପାରିବେ ସେ ବିଷୟରେ ଇଣ୍ଡିଆନ୍ ଅଏଲ୍ ରିଫାଇନ୍ ର କର୍ମ କର୍ତ୍ତା ଲୋକମାନଙ୍କୁ ସଚେତନ କରାଇଥିଲେ।
ଏହି କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ଅଗ୍ନିଶମ କର୍ମଚାରୀଙ୍କ ସହିତ ଚନ୍ଦ୍ରକାନ୍ତ ଦଳାଇ, ଆସୁତୋଷ ମହାନ୍ତି, ମୋହିତ୍ ବାଜାଜ୍,ଅନିଲ୍ କୁମାର, ଚିନ୍ମୟ ତରାଇ,ସାଶୋତ ସାହୁ, ଗରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ କିଶୋର କୁମାର ସାହୁ, ଜୟନ୍ତ ଖଟୁଆ,ସମିର ମହାନ୍ତି ତରୁଣ ସାର୍ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ବିଭିନ୍ନ ଅଞ୍ଚଳରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଇଣ୍ଡିଆନ୍ ଅଏଲ୍ କତୃପକ୍ଷ ସୂଚନା ଦେଇଛନ୍ତି।
ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ରେ ପୁଣି ବଣୁଆ ହାତୀ ଆତଙ୍କ ।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା ନିକଟରେ ଏକ ବଣୁଆ ହାତୀ ଜଣେ ବୃଦ୍ଧଙ୍କୁ ଦଳିଦେଇଛି।
ମୃତ ବୃଦ୍ଧଙ୍କ ନାଁ ହେଉଛି ସ୍ଥାନୀୟ ରାମରାଙ୍ଗ ଗାଁର ଭାଗବତ ବେହେରା ।
ହାତୀଟି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ ଅଞ୍ଚଳକୁ ପସିଆସିଥିଲା। ତେବେ ବନ ବିଭାଗ କର୍ମଚାରୀ ହାତୀଟିକୁ ଫେରିଆଇ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଗାଁରେ ହାତୀଟି ପଶି ଆସିଥିଲା।
ସେଠାରେ ବୃଦ୍ଧ ଭାଗବତ ନିଜ ବାଡ଼ି ବଗିଚାରେ କାମ କରୁଥିବା ବେଳେ ହଠାତ ହାତୀ ଆଗରେ ପଡିଯାଇଥିବାରୁ ହାତୀଟି ତାଙ୍କୁ ଦଳି ଦେଇଥିବାର ସୂଚନା ମିଳିଛି।
ହାତୀଟିକୁ ଏବେ କଟକ ବନ ବିଭାଗ ଓ କେନ୍ଦ୍ରାପଡ଼ା ବନ ବିଭଗର କର୍ମଚାରୀ ଘଉଡାଇ ପୁନଃ ଜଙ୍ଗଲକୁ ନେବାକୁ ଚେଷ୍ଟା କରୁଛନ୍ତିି।
ମଣିଯୋରୀ ଶହୀଦ ଭବନରେ ରାଜ୍ୟସ୍ତରୀୟ ଗଣକବି ଜୟନ୍ତୀ ଉଦଯାପିତ !
ଉତ୍କଳ ଗଣକବି ବୈଷ୍ଣବ ପାଣି ସ୍ମୁତି ସଂସଦ ଅନୁକୁଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ପାଣି ଜୟନ୍ତୀ ସମାରୋହ ମଙ୍ଗଳବାର ସନ୍ଧ୍ୟାରେ ମାହାଙ୍ଗା ବ୍ଲକ ମଣିଯୋରୀ ଶହୀଦ ଭବନ ପ୍ରାଙ୍ଗଣରେ ଉଦଯାପିତ ହୋଇଯାଇଛି !
ପ୍ରାକ୍ତନ ମନ୍ତ୍ରୀ ମତୁଲୁବ ଅଲ୍ଲୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ସାରସ୍ୱତ ସଂଗଠନ ପକ୍ଷରୁ ଆୟୋଜିତ ଜୟନ୍ତୀ ସଭାକୁ ମନ୍ତ୍ରୀ ପ୍ରତାପ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ !
ମନ୍ତ୍ରୀ ଶ୍ରୀ ଜେନା କହିଲେ ସୃଜନର ପବିତ୍ର ଭୂମି ମାହାଙ୍ଗାର ବରପୁତ୍ର ବୈଷ୍ଣବ ପାଣିଙ୍କ ପ୍ରତିଟି ନାଟକ ଓଡ଼ିଆ ବାଣୀ ଭଣ୍ଡାର ପାଇଁ କାଳଜୟୀ କୃତୀ !
ଗଣକବିଙ୍କ ସାହିତ୍ୟର ଛତ୍ରେ ଛତ୍ରେ ମାନବିକତାର ଜୟଗାନ ପ୍ରତିଫଳିତ ହୋଇଥିବାରୁ, ଯୁବ ପୀଢ଼ି ଏହି ପ୍ରଥିତଯଶା କବିଙ୍କ ଭାବଧାରରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ !
ଉତ୍ସବରେ ମୁଖ୍ୟ ଅତିଥିଭାବେ ସାହିତ୍ୟିକ ଡକ୍ଟର ହୁସେନ ରବି ଗାନ୍ଧୀ, ଓଡ଼ିଆ ଭାଷା ଉପଦେଷ୍ଟା ପରିଷଦ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ, ସାହିତ୍ୟିକ ଡକ୍ଟର ଅଶୋକ କୁମାର ରାଉତ, ବ୍ଲକ ଚେୟାରମ୍ୟାନ ଶରତ ନାୟକ ପ୍ରମୁଖ ଯୋଗଦେଇ ଗଣକବିଙ୍କ ସହିତ ଗଣ ହୃଦୟକୁ ଛୁଇଁ ପାରିଛି ବୋଲି କହିଥିଲେ !
ଶିକ୍ଷାବିତ ଉମେଶ ଚନ୍ଦ୍ର ସାହୁ ସଭା ପରିଚାଳନା କରିଥିଲେ !
ସୁକାନ୍ତ ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଆଡ଼ଭୋକେଟ ଦୀପକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ !
ଅନୁଷ୍ଠାନର ସାଧାରଣ ସମ୍ପାଦକ କ୍ଷୀରୋଦ ସାହୁ, ଆଗାମୀ ଶତାବ୍ଦୀ ର ସଂପାଦକ ମାସୁଦ ଅଲ୍ଲୀ, ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।
ଦେଶୀ ମଦଭାଟି ରେ ଦୁଇ ମଦ୍ୟପ ଙ୍କ ମଧ୍ୟରେ ଝଗଡାରୁ ହଣାକଟା :ଜଣେଗୁରୁତର , ସାଲେପୁର ସହରାଞ୍ଚଳ ମଦୁଆଙ୍କ ଆଡ୍ଡା ସ୍ଥଳୀ ପାଲଟିଛି.
ଦିନକୁ ଦିନ ମଦ୍ୟପ ମାନଙ୍କ ର ଦୌରାତ୍ମ୍ୟ ମଧ୍ୟ ବଢ଼ି ଚାଲିଛି. ସାଲେପୁର ଥାନା ଛକ ଠାରୁ ଅଳ୍ପ ଦୂରରେଥିବା ଏହି ଦେଶୀ ମଦ ଭାଟିରେ ଦୁଇମଦ୍ୟପ ଯୁବକ ମଦପିଇ ଉଭୟଙ୍କ ମଧ୍ୟରେ କଳିଝଗଡା କରି ଥିଲେ. ଏଥିରେ ଉତକ୍ଷିପ୍ତହୋଇ ଜଣେ ଯୁବକଅନ୍ୟ ଜଣକୁ କଟୁରି ରେ ଆକ୍ରମଣ କରିଥିଲେ. ଏଥିରେଆହତ କୁ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଓ ପରେ ଅବସ୍ଥା ଗୁରୁତରହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ କଟକ ବଡଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣ ର ଶିକାର ଯୁବକ ନିକଟସ୍ଥ ଅଞ୍ଚଳ ର ବୋଲି ଜଣାପଡିଛି। ସାଲେପୁରଅଞ୍ଚଳ ରେ ମଦ୍ୟପ ଙ୍କ ଦୌରାତ୍ମ୍ୟ ଓ ଖୁଲମ ଖୁଲା ଚୋରା ମଦ କାରବାର ସାଙ୍ଗକୁ ଅବକାରୀ ବିଭାଗ ଓ ପୋଲିସ ର ଢିଲା ପଣ ଯୋଗୁ ସାଲେପୁର ସହରାଞ୍ଚଳ ଓ ନିକଟସ୍ଥ ଗ୍ରାମାଞ୍ଚଳ ରେ ମଧ୍ୟ ଅସାମାଜିକ କାର୍ଯ୍ୟକଳାପ ବଢ଼ି ଚାଲିଥିବା ସାଧାରଣ ରେ ଅଭିଯୋଗ ହେଉଛି।
ଥାନାଆଗରେଦିବ୍ୟାଙ୍ଗଙ୍କଆତ୍ମାହୁତିଉଦ୍ୟମ:
ପାରାଦୀପ ଲକ୍ ଥାନା ସମ୍ମୁଖରେ ହେମନ୍ତ ପ୍ରଧାନ ନାମକ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଘର ନିକଟସ୍ଥ କୋଠି ଗାଁରେ। ଦେହରେ କିରାସିନି ଢାଳି ସେ ନିଜକୁ ଜାଳିବାକୁ ଉଦ୍ୟମ କଲାବେଳେ ପୋଲିସ ତାଙ୍କୁ କାବୁ କରି ନେଇଥିଲା।
ଏକ ପାଇଖାନା ତିଆରିକୁ ନେଇ ହେମନ୍ତଙ୍କର ତାଙ୍କ ପଡ଼ୋଶୀଙ୍କ ସହ ବିବାଦ ରହିଛି। ଅଭିଯୁକ୍ତଙ୍କ ପ୍ରତି ପୋଲିସ କୋହଳ ମନୋଭାବ ପୋଷଣ କରୁଥିବାରୁ କିଛି ଅଭିଯୁକ୍ତ ତାଙ୍କୁ ବାରମ୍ବାର ଆକ୍ରମଣ କରୁଥିବା ହେମନ୍ତ ଅଭିଯୋଗ କରିଛନ୍ତି।
ପୋଲିସ୍ କିଛି ନକରିବାରୁ ନିରାଶ ହୋଇ ସେ ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ।