ସାରା ଭାରତ ବର୍ଷରେ ୬୨ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହେଉଥିବା ବେଳେ ସେହି କ୍ରମରେ ସୁକିନ୍ଦା ଅଞ୍ଚଳରେ ସ୍ଥାପିତ ଥିବା 3rd irb ବାଟେଲିୟନରେ ସରକାରୀ କୋଭିଡ କଟକଣାକୁ ମାନି ଗୁରୁବାରଦିନ ବାଟେଲିୟନର ଯବାନ ଓ ମୁଖ୍ୟ କର୍ମଚାରୀ ମାନଙ୍କ ଉପସ୍ଥିତରେ ମୁଖ୍ୟ ଅତିଥି ଭାବେ ବାଟେଲିୟନର ଦୁର୍ଗପତି କାହ୍ନୁ ଚରଣ ହଂସଦା ଯୋଗଦେଇ ସହିଦ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ କର୍ତବ୍ୟନିଷ୍ଠା ,ତ୍ୟାଗ ଓ ବଳିଷ୍ଠ ଅବଦାନ ଏକ ମହାନ ସ୍ମୃତି ଏବଂ ଯୁବ ସମାଜ ପାଇଁ ପ୍ରେରଣାଦାୟୀ ବୋଲି ବାର୍ତ୍ତା ଦେବା ସହିତ ପୋଲିସ ସହିଦ ସ୍ମୃତି ଉଦ୍ଧେଶ୍ୟରେ ବାଟେଲିୟନ ପରିସରରେ ଥିବା ଯବନ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିବା ଦେଖିବାକୁ ମିଳିଛି ।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଗରାମ ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମପୁର ସ୍ଥିତ ମା ଗଜଲକ୍ଷ୍ମୀ କ୍ଲବ ର ୨୭ ତମ ବାର୍ଷିକ ଉତ୍ସବ ଉପଲକ୍ଷେ, ସ୍ଥାନୀୟ ଅଧିବାସୀ ଙ୍କ ଦୀର୍ଘ ଦିନ ର ଦାବି କୁ ଆଧାର କରି ସାରଳା କେନାଲ ୧୨ ନମ୍ବର ଶାଖା ର ଦକ୍ଷିଣ ପାର୍ଶ୍ଵ କେନାଲ ବନ୍ଧ କଙ୍କ୍ରିଟ୍ ରାସ୍ତା ଉଦଘାଟନ ଓ ବ୍ରହ୍ମପୁରଛକ ରେ ହାଇମାକ୍ସ ଲାଇଟ୍ ର ଉନ୍ମୋଚନ ହୋଇଯାଇଅଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ଯ ଅତିଥି ଭାବେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ଵାଳ ଓ ତିର୍ତ୍ତୋଲ ବ୍ଳକର ବିଜେଡି ସଭାପତି ଗଙ୍ଗାଧର ବିଶ୍ଵାଳ, ଗରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ କିଶୋର କୁମାର ସାହୁ, ନିକୁଞ୍ଜ ଶତପଥୀ, ରବୀନ୍ଦ୍ରନାଥ କର, ବିଜେଡି ଯୁବ ସଂଗଠନର ଜିଲ୍ଲା ସମ୍ପାଦକ ପ୍ରିତିରଞ୍ଜନ ଖୁଣ୍ଟିଆ,ଗରାମ ବିଜେଡି ଯୁବ ସଂଗଠକ ର ସମ୍ପାଦକ ଉମେଶ ଚନ୍ଦ୍ର ବାରିକ , ଯଶୋବନ୍ତ କର,ଆଲୋକ ରଂଜନ ଦାସ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। । ଏହି ଅବସରରେ ମା ଥାନପତି, ମା ନାରାୟଣୀ, ଗାଦିବ୍ରହ୍ମ, ତ୍ରିନାଥ, ନାଗେଶ୍ଵର, ଜୟ ମହାବୀର, ଗାୟତ୍ରୀ, ମା ବନଦୁର୍ଗା, ଜୟ ହନୁମାନ ସ୍ଵୟଂ ସହାୟକ ଗୋଷ୍ଠୀ ସମେତ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ସୁବିଧା ଅସୁବିଧା ରେ ଛିଡ଼ା ହେଉଥିବା କିଛି ବିଶେଷ ବେକ୍ତି ଏବଂ ବିଭିନ୍ନ ସ୍ବଛାସେବୀ ସଂଗଠନ ସହିତ ସମାଜ ସେବା କ୍ଷେତ୍ରରେ ନିୟୋଜିତ ହୋଇଥିବା ସ୍ଥାନୀୟ ଅଞ୍ଚଳର ଆଶା ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୈଦିକ ବିଧି ବିଧାନ ରେ ମା ଗଜଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ କୋଭିଡ ମାର୍ଗ ଦର୍ଶିକା ନିୟମ କୁ ମାନି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଘୋଡ଼ା ନାଚ ହେବା ନେଇ କ୍ଲବ ତରଫରୁ ସୂଚନା ଦିଆଯାଇଛି।
ଜଟଣୀରେ ଯେତେବେଳେ ଯେକୌଣସି ଲୋକ ମାନଙ୍କୁ ରକ୍ତ ର ଆବଶ୍ୟକତା ପଡ଼ିଥାଏ ସେତେବେଳେ ଖୋଜା ପଡିଥାଏ ଶିବ ପ୍ରସାଦ ମହାନ୍ତିକୁ I ସବୁବେଳେ ସବୁ ପରିସ୍ଥିତି ରେ ସେ ଲୋକ ମାନଙ୍କୁ ମାଗଣାରେ ରକ୍ତ ଯୋଗାଇଦେଇଥାନ୍ତି I ଜଟଣୀରେ ଯେପରି ରକ୍ତର ଅଭାବ ରହିବନି ସେଥିପାଇଁ ତାଙ୍କ ପ୍ରଚେଷ୍ଟାରେ ସୁରକ୍ଷା ମଞ୍ଚ ନାମକ ସଂଗଠନ ମାଧ୍ୟମରେ ୨୦୦୮ ରୁ ଅନେକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ କରିସାରିଛନ୍ତି I କିନ୍ତୁ ବଡ ଦୁଃଖ ର ବିଷୟ ସମସ୍ତ ଙ୍କୁ ରକ୍ତ ଯୋଗାଉ ଥିବା ଶିବ ପ୍ରସାଦ ମହାନ୍ତି ନାହାଁନ୍ତି ସତ କିନ୍ତୁ ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆଜି ଅଗ୍ରୱାଲ ଧର୍ମଶାଳା ରେ ସୁରକ୍ଷା ମଞ୍ଚ ଏବଂ ରୋଟାରୀ କ୍ଲବ ପକ୍ଷରୁ ଏକ ରକ୍ତଦାନ ଶିବିର ସହିତ ମାଗଣା ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଅନେକ ଲୋକ ନିଜ ସୋଇଚ୍ଛା ରେ ରକ୍ତ ଦାନ କରିଥିଲେ I
ସରକାରୀ ଜମି ରୁ ମାଙ୍କଡା ପଥର ଚୋରୀ , ଛଦ୍ମ ବେଶରେ ଚଢ଼ାଉ କଲା ପୋଲିସ, ଖୋର୍ଦ୍ଧା ଜିଲ୍ଲାର ଚଣ୍ଡେଶ୍ୱର ଛକ ନିକଟ ତଥା ଟାଙ୍ଗୀ ତହସିଲ ଅଧିନସ୍ଥ ତଳଗଡ କୁହୁଡି ମୈ।ଜା ରେ ଥିବା ସରକାରୀ ଜମିରୁ ମାଙ୍କଡା ପଥର ଖନନ କରି ଚୋରୀ କରୁଥିବା ବେଳେ ବାଲୁଗାଁ SDPO ମାନସ ରଞ୍ଜନ ବାରିକ ଛଦ୍ମ ବେଶରେ ସେଠାରେ ପହଞ୍ଚି ଗଲେ । ମାଙ୍କଡା ପଥର କ୍ରୟ କରିବା ବାହାନା କରି ବିଭିନ୍ନ ମୂଲଚାଲ କଲେ , ପରେ-ପରେ ନିଜର ଅସଲି ପରିଚୟ ଦେଇ ଘଟଣା ସ୍ଥଳରୁ ୨ଟି ପାଓ।ର୍ ଟିଲର୍ , ୩ ଟି ବାଇକ୍ ଧରପଗଡ କଲେ , ଜଣଙ୍କୁ ଗିରଫ ମଧ୍ୟ କରିଛନ୍ତି ଟାଙ୍ଗୀ ପୋଲିସ । ଆଉ କେତେକ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ବୋଲି ବାଲୁଗାଁ SDPO ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।
Slug -ସଂସ୍କୃତି ସମ୍ପର୍ଣ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ସେବା ଅନୁଷ୍ଠାନ ବିଶ୍ୱ ସନାତନ ଯୁବ ସେବା ସଙ୍ଘ 29ତମ ପବିତ୍ର ଜନ୍ମଉତ୍ସବ ପାଳିତ ହୋଇଯାଇଛି, ସଂଗଠନ ର ଶ୍ରୀ ଶ୍ରୀ ପତିତପାବନ ଜୀଉ ମନ୍ଦିର, ଦକ୍ଷିଣସ୍ୱର ପୀଠ, ତିହୁଡ଼l ଠାରେ ପାଳନ କରାଯାଉଛି l ଏହି ଅବସରରେ ମନ୍ଦିର ପରିସରରେ ସଫେଇ, ବୃକ୍ଷ ରୋପଣ, ପୂର୍ଜଅର୍ଚନା ଓ ପବିତ୍ର ସତସଙ୍ଗ ର ଆୟୋଜନ କରାଯାଥିଲା l ସଂଗଠନ ର ପ୍ରତିଷ୍ଠାତା ବାବା ଶ୍ରୀ ଦିବ୍ୟ କୃଷ୍ଣ ଦାସ ଙ୍କ ପରୋହିତରେ ଆୟୋଜିତ ସତସଙ୍ଗ ରେ ପବିତ୍ର ଜଗନ୍ନାଥ ସଂସ୍କୃତି ର ମହାନ ଚିନ୍ତା ଧାରା ସହିତ ସମାଜ ସେବାରେ ମହତ୍ୱ ସମ୍ପର୍କ ରେ କର୍ମକର୍ତା ମାନେ ନିଜର ମତ ରଖଥିଲେ l ଏହି ପବିତ୍ର ଅବସରରେ ନାଉଗାଁ ବ୍ଲକ ର ଶିକ୍ଷା ଅଧିକାରିଣୀ ଶ୍ରୀମତି ମନୋରମl ରାଉତ ନୂତନ ଭାବରେ ଯୋଗ ଦେଇଥିବାରୁ ତାଙ୍କୁ ସମ୍ବୋଦ୍ଧିର୍ତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ମଣ୍ଟୁ ବାବା,ପିଣ୍ଟୁ ବାବା,ଶୀଧେସ୍ୱର ବାରିକି,ସୁକାନ୍ତ କୁମାର ଲେଙ୍କା, ତ୍ରିଲୋଚନ ପାଢ଼ୀ, ମନୋଜ ନାୟକ, ଦିଲୀପ ଜେନା, ପ୍ରୀତି ରଞ୍ଜନ ଜେନା, ଉମେଶ ସ୍ୱାଇଁ, ଅଭିରାମ ନାୟକ, ମନୋଜ ପରିଡା, ଭ୍ରମର ବର ଗୋଛୟତ, ବୃନ୍ଦାବନ ଲେଙ୍କା, ସନ୍ତୋଷ ଦାସ, ବସନ୍ତ କୁମାର ଦାସ, ବାବୁଲି ବେହେରା, ଗଣେଶ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ବୋଲି ସମ୍ପାଦକ ଶ୍ରୀଯୁକ୍ତ ନିରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି