କ୍ରିକେଟ୍ ମଇଦାନକୁ ପୁଣି ଓହ୍ଲାଇବାକୁ ପ୍ରସ୍ତୁତି କରୁଛନ୍ତି ଯୁବରାଜ । ଏ ନେଇ ନିଜେ ଯୁବରାଜ ସଙ୍କେତ ଦେଇଛନ୍ତି । ୩୯ ବର୍ଷୀୟ ଯୁବରାଜ ଆସନ୍ତାକାଲି ବିଳମ୍ବିତ ରାତିରେ ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଧମାକାଦାର ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସେ ଆସନ୍ତା ଫେବ୍ରୁୟାରୀରେ ହେବାକୁ ଥିବା ଟି -୨୦ ଲିଗ୍ସରେ ଭାଗ ନେବେ ବୋଲି ଜଣାପଡ଼ିଛି । ବିସିସିଆଇର ଅନୁମତି ମିଳିବା ପରେ ଟି -୨୦ ଲିଗ୍ସରେ ସେ ତାଙ୍କ ଧୁଆଁଧାର ବ୍ୟାଟିଂ ପ୍ରଦର୍ଶନ କରିବେ ବଲେି ଆଶା କରାଯାଉଛି । ୨୦୧୯ ଜୁନ୍ରେ ଭାରତର ଅଲ୍ରାଉଣ୍ଡର ଯୁବରାଜ ସିଂ ଆନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିଲେ । ଏହି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହୋଇଯାଛନ୍ତି ।