ଏନଏନଏସ୍: ପୁଣି ଶିମିଳିପାଳରେ ଫୁଟିଲା ଗୁଳି। ଶିମିଳିପାଳ ଅଭୟାରଣ୍ୟରେ ଗୁଳିମାଡରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତ ଯୁବକ ହେଉଛନ୍ତି ବୁରୁଡି ଗାଁର ଜଗନ୍ନାଥ ହେମ୍ବ୍ରମ। ଜଗନ୍ନାଥ ନିଜ ମାଲିକ ସହ ଶିମିଳିପାଳ ଅଭୟାରଣ୍ୟକୁ ମଇଁଷି ଖୋଜିବାକୁ ଯାଇଥିଲେ ଫେରିବା ସମୟରେ ଶିକାରୀ ଭାବି ବନବିଭାଗ କର୍ମଚାରୀ ଗୁଳି କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ମୃତ ଜଗନ୍ନାଥଙ୍କ ପରିବାର ଲୋକେ ଏଥିପାଇଁ ବନବିଭାଗକୁ ଦାୟୀ କରିଛନ୍ତି। ବନବିଭାଗର ଗୁଳିରେ ଜଗନ୍ନାଥଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ତେବେ ଏଭଳି ଅଭିଯୋଗକୁ ବନବିଭାଗ ଖଣ୍ଡନ କରିଛି। ପ୍ରଶ୍ନ ଉଠୁଛି, ଅଭୟାରଣ୍ୟ ଭିତରେ ଜଗନ୍ନାଥଙ୍କୁ ଗୁଳି କଲା କିଏ ଓ ତାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ହେବ ? ଅନ୍ୟପଟେ ଉକ୍ତ ଘଟଣାର ତଦନ୍ତ ନକଲେ ମୟୁରଭଂଜ ବନ୍ଦ ଡାକରା ପାଇଁ ଚେତାବନୀ ଦେଇଛି ଆଦିବାସୀ ମଞ୍ଚ।