ସବୁଠାରୁ ପବିତ୍ର ସ୍ଥାନ ହେଲା ମନ୍ଦିର ବା ଧର୍ମାନୁଷ୍ଠାନ | କିନ୍ତୁ ଆଜି ମନ୍ଦିର ପରିସରେ ପଡିଛି ରକ୍ତଛିଟା | ମଙ୍ଗଳା ମନ୍ଦିର ପରିସରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି | ତେବେ ମନ୍ଦିରରେ ରହୁଥିବା ମହନ୍ତ ବାବା ତାଙ୍କୁ ବଳି ପକାଇଥିବା ନେଇ ଆଲୋଚନା ହେଉଛି | ମୃତଦେହ ନିକଟରୁ ଏକ ବାଇକ ଓ ରକ୍ତ ଲଗା ପଥର ଖଣ୍ଡ ପଡିଥିବା ଦେଖିବାକୁ ମିଳିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ପଞ୍ଚାୟତରେ | ମୃତ ଯୁବକ ଜଣକ ହେଲେ ଭୂବନ ଗ୍ରାମର ବିଶ୍ଵନାଥ ପାତ୍ରଙ୍କ ପୁଅ ଉଦ୍ଧବ ପାତ୍ର | ଉଦ୍ଧବ ଆଜି ସକାଳ ୮ଟାରେ ନିଜ ବ୍ୟବସାୟ ପାଇଁ ଘରୁ ବାଇକରେ ବାହାରିଥିଲେ | ତେବେ ୯.୩୦ସମୟରେ ମନ୍ଦାର ପେଟ୍ରୋଲ ପମ୍ପ ନିକଟରେ ଥିବା ମା ମଙ୍ଗଳା ମନ୍ଦିର ପରିସରରେ ଉଦ୍ଧବଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ | ଖବର ପାଇ ଗଁଦିଆ ପୋଲିସ ଛାନ୍ଭିନ୍ ଜାରି ରଖିଛି ।ଏଠାରେ ରହୁଥିବା ବାବା ଦଶରଥ ବେହେରା ତାଙ୍କ ପୁଅକୁ ଠାକୁରାଣୀଙ୍କ ନିକଟରେ ବଳି ପକାଇଥିବା ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି | ସେପଟେ ହତ୍ୟାକାରୀଙ୍କୁ ଗିରଫ ଏବଂ ପରିବାରକୁ ନ୍ୟାୟ ଦାବିରେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।