ଭୁବନେଶ୍ୱର(ଏନଏନଏସ୍): ଆଜି ବି ଜାରି ରହିବ କାଳବୈଶାଖୀ ପ୍ରଭାବ । ଏନେଇ ୧୪ଟି ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ଗତକାଲି ତାଣ୍ଡବ ରଚିଥିଲା କାଳବୈଶାଖୀ । ଅଚାନକ ମାଡ଼ି ଆସିଥିଲା ଧୂଳି ଝଡ଼ ସାଙ୍ଗକୁ ବର୍ଷା, ବିଜୁଳି ଓ ଘଡ଼ଘଡ଼ି । ପବନରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥିଲା । ବିଦ୍ୟୁତ ତାର ଛିଣ୍ଡି ଥିବାରୁ କିଛି ସମୟ ପାଇଁ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ହୋଇଥିଲା । ଦିନରେ ତାତି ଓ ଗୁଳୁଗୁଳି । ଅପରାହ୍ଣରେ କାଳବୈଶାଖୀ ଲୋକଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି । ସୂଚନାଯୋଗ୍ୟ ପୁରୀ ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା ।