ଭୁବନେଶ୍ୱର(ଏନଏନଏସ୍): ଉପକୂଳ ଓଡ଼ିଶାରେ ବଦଳିଲା ପାଣିପାଗ। ମେଘୁଆ ପାଗ ସାଙ୍ଗକୁ ଝିପଝିପ ବର୍ଷା ହେଉଛି। ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଲାଗି ରହିଛି। ଅନ୍ୟପଟେ ପ୍ରବଳ ବର୍ଷା ପାଇଁ ଆଜି ୮ ଜିଲ୍ଲା ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ୟେଲେ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ସେହିଭଳି ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାମ ପଛେଇ ଯାଇଛି। ଭଲ ବର୍ଷା ହେଉନଥିବାରୁ ଫାଟି ଗଲାଣି ଚାଷ ଜମି।