ବିଶ୍ୱର ସବୁଠୁ ବୟସ୍କା ମହିଳାଙ୍କ ପରଲୋକ । ଜାପାନର କାନେ ତାନାକାଙ୍କ ଦେହାନ୍ତ ହୋଇଛି | ମୃତ୍ୟୁ ବେଳକୁ ତାଙ୍କୁ ୧୧୯ ବର୍ଷ ବୟସ ହୋଇଥିଲା। ୨୦୧୯ ମାର୍ଚ୍ଚ ମାସରେ ଗିନିଜ ୱାର୍ଲ୍ଡ ରେକର୍ଡ ତାନାକାଙ୍କୁ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଭାବେ ନାମିତ କରିଥିଲା ।
କେନ୍ ତାନାକା ୧୯୦୩ ଜାନୁଆରୀ ୨ରେ ଦକ୍ଷିଣ-ପଶ୍ଚିମ ଜାପାନର ଫୁକୁୋକା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ | ଗତ ଏପ୍ରିଲ ୧୯ ତାରିଖରେ ସେ ମୃତ୍ୟୁବରଣ କରିଛନ୍ତି । ୧୯୦୩ ମସିହାରେ ରାଇଟ୍ ବ୍ରଦର୍ସ ପ୍ରଥମଥର ପାଇଁ ବିମାନରେ ଉଡ଼ିଥିଲେ। ସେହିପରି ୧୯୦୩ରେ ମାରି କ୍ୟୁରୀ ପ୍ରଥମ ମହିଳା ଭାବେ ନୋବେଲ ପୁରସ୍କାର ପାଇଥିଲେ। ତେବେ କେନ୍ ତାନାକା ଶେଷ ସମୟ ପର୍ଯ୍ୟନ୍ତ ସୁସ୍ଥ ଥିଲେ | ତେବେ ବାର୍ଦ୍ଧକ୍ୟ ଜନିତ ଯୋଗୁ ସେ ଏକ ନର୍ସିଂହୋମରେ ରହୁଥିଲେ | ସେଠାରେ ସେ ବୋର୍ଡ ଗେମ ଖେଲିବ ସହ ଓ ଗଣିତ ସମସ୍ୟାର ସମାଧାନ ମଧ୍ୟ କରୁଥିଲେ। ସେ ଖୁବ ଖୁସ ମିଜାଜର ମଣିଷ ଥିଲେ | ସେ ଚକଲେଟ ଖାଇବା ଏବଂ ସୋଡ଼ା ପାନୀୟକୁ ଖୁବ ପସନ୍ଦ କରିଥିଲେ |