ମଧ୍ୟ ପ୍ରଦେଶରେ ନିର୍ମାଣ ହେଉଛି ନବମ ଅଜୁବା। ଖଣ୍ଡୱାଠାରେ ନିର୍ମାଣ କରାଯାଉଥିବା ସଂରଚନାକୁ ଆଶ୍ଚର୍ଯ୍ୟ କହିବା ଭୁଲ ହେବନାହିଁ। ଏଠାରେ ନର୍ମଦା ନଦୀ ଉପରେ ଓଁକାରେଶ୍ୱ ଡ୍ୟାମ ଅଛି। ଏହା ଉପରେ ବିଶ୍ୱର ସବୁଠାରୁ ବଡ ଭାସମାନ ସୋଲାର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଅର୍ଥାତ୍ ସୋଲାର ଏନର୍ଜି ପ୍ଲାଣ୍ଟ ନିର୍ମାଣ କରାଯାଉଛି। ଏହା ସୌର ପାର୍କ ନିର୍ମାଣ ହେବା ସହିତ ରାଜ୍ୟର ବିଦ୍ୟୁତ୍ ସମସ୍ୟାର ସମାଧାନ ହେବ।ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିକଟରେ କହିଥିଲେ ଯେ ଓଁକାରେଶ୍ୱରରେ ବିଶ୍ୱର ସର୍ବ ବୃହତ ଭାସମାନ ସୌର ପାର୍କ ସ୍ଥାପିତ ହେଲେ ବିଜୁଳି ସମସ୍ୟା ଦୂର ହେବ। ସୌର ଶକ୍ତିରୁ ବିଜୁଳି ସମସ୍ୟା ଦୂର ହେବାସହ ପରିବେଶ ସୁରକ୍ଷା ପାଇଁ ସବୁ ସମ୍ଭାବ୍ୟ ପ୍ରୟାସ ଜାରି ରହିଛି ବୋଲି ସେ କହିଥିଲେ। ମନ୍ତ୍ରୀ ହାରଦୀପ ଡଙ୍ଗ ପୂର୍ବତନ ସାଂସଦ ନନ୍ଦକୁମାର ସିଂହଙ୍କ ସହ ଜାନୁଆରୀ ୧୧ ରେ ତଦାରଖ ପାଇଁ ଯାଇଥିଲେ।
ସେ କହିଥିଲେ ଯେ ଏହି ପ୍ଲାଣ୍ଟରୁ ୨୦୨୨-୨୩ ଯାଏଁ ୬୦୦ ମେଗାୱାଟ ଶକ୍ତି ମିଳିବ। ଏହି ପ୍ରକଳ୍ପରେ ପ୍ରାୟ ୩ ହଜାର କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ତେବେ ଏହି ପ୍ରକଳ୍ପ ପାଇଁ ଆନ୍ତର୍ଜାତୀୟ ଅର୍ଥ ନିଗମ, ବିଶ୍ୱ ବ୍ୟାଙ୍କ ଏବଂ ପାୱାର ଗ୍ରୀଡ୍ ନୀତିଗତ ସମ୍ମତି ପ୍ରଦାନ କରିଥିଲେ। ପ୍ରକଳ୍ପ ସହିତ ଜଡିତ ପ୍ରଥମ ଅଧ୍ୟୟନ ଶେଷ ହୋଇଛି। ଏବଂ ଏହି ପ୍ରକଳ୍ପ କ୍ଷେତ୍ରରୁ ଖଣ୍ଡୱା ସବ୍ ଷ୍ଟେସନ୍ ପର୍ଯ୍ୟନ୍ତ ଟ୍ରାନ୍ସମିସନ୍ ଲାଇନ୍ ମାର୍ଗ ସର୍ଭେ କରାଯିବ। ଏହି ପ୍ରକଳ୍ପ ସମାଜ ଏବଂ ପରିବେଶ ଉପରେ ଏହାର କ’ଣ ପ୍ରଭାବ ପଡିବ ସେନେଇ ମଧ୍ୟ ଏକ ଅଧ୍ୟୟନ କରାଯିବ।ତେବେ କୁହାଯାଉଛି ଯେ ମଧ୍ୟପ୍ରଦେଶ ପାୱାର ମ୍ୟାନେଜମେଣ୍ଟ କମ୍ପାନୀ ଏହି ପ୍ରକଳ୍ପରୁ ବିଜୁଳି କିଣିବ। ୪୦୦ ମେଗାୱାଟ ବିଜୁଳି କିଣିବାକୁ କମ୍ପାନୀ କହିଛି। ଏହି ପ୍ରକଳ୍ପରେ ନିର୍ମାଣ ହେଉଥିବା ସୌର ପ୍ୟାନେଲଗୁଡ଼ିକ ଓଁକାରେଶ୍ୱର ଡ୍ୟାମର ପଛପଟରେ ଭାସିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଶସ୍ତା ବିଦ୍ୟୁତ୍ ମିଳିବ ବୋଲି ଆଶା କରାଯାଉଛି। ଏଠାରେ ଡ୍ୟାମର ପ୍ରାୟ ୨୦୦୦ ହେକ୍ଟର ଜଳ କ୍ଷେତ୍ରରେ ବିଦ୍ୟୁତ୍ ଉତ୍ପାଦନ ହେବ। ଏହି ସୋଲାର ପ୍ୟାନେଲର ବିଶେଷତ୍ୱ ହେଲା ଜଳସ୍ତର କମିଲେ କି ବଢିଲେ ତା ଉପରେ କିଛି ପ୍ରଭାବ ପଡିବ ନାହିଁ। ଏହା ପାଣିରେ ଭାସମାନ ଅବସ୍ଥାରେ ରହିବ। ଦ୍ରୁତ ତରଙ୍ଗ ଯୋଗୁଁ ମଧ୍ୟ ଏଜ କ୍ଷତିଗ୍ରସ୍ତ ହେବନାହିଁ। ସୂର୍ଯ୍ୟ କିରଣରୁ ଲଗାତାର ବିଜୁଳି ଉତ୍ପାଦନ ହେବ। ଏହି ପ୍ରକଳ୍ପ ବିଷୟରେ ଶକ୍ତି ମନ୍ତ୍ରୀ ହାରଦୀପ ସିଂହ ଡଙ୍ଗ ଗଣମାଧ୍ୟମକୁ କହିଛନ୍ତି ଯେ ମଧ୍ୟପ୍ରଦେଶ ସୌର ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ କରିବାରେ କ୍ରମାଗତ ରେକର୍ଡ ସୃଷ୍ଟି କରୁଛି।ବ୍ୟୁରୋ ରିପୋର୍ଟ୍ nns ଓଡ଼ିଆ