ସୃଷ୍ଟିର ଆରମ୍ଭରୁ ପ୍ରତ୍ୟେକ ସ୍ତନ୍ୟପାୟୀ ପ୍ରଜାତିର ନବଜାତ ଶିଶୁମାନଙ୍କ ପାଇଁ ମାତୃ ସ୍ତନ୍ୟପାନ୍ ନିତ୍ୟାନ୍ତ ଅପରିହାର୍ଯ୍ୟ । ଯାହା ଦ୍ଵାରା ଶିଶୁଟିର ଶାରୀରିକ ବିକାଶ ହେବାସହ ମାନସିକ ବିକାଶ ମଧ୍ୟ ହୋଇଥାଏ ଏଵଂ ଉଭୟ ମାତା ଓ ଶିଶୁ ସୁସ୍ଥ ଓ ନିରୋଗୀ ହୋଇଥାନ୍ତି। ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ସପ୍ତାହଟିକୁ ବିଶ୍ୱ ସ୍ତନ୍ୟପାନ ଦିବସ ରୂପେ ପାଳନ କରାଯାଏ ।୧୯୯୨ ମସିହାରେ ବିଶ୍ୱ ସ୍ୱଷ୍ଟ ସଂଗଠନ ଦ୍ଵାରା world alliance for breast feeding action ଗଠନ କରାଯାଇଥଲା । ପୁରା ବିଶ୍ୱରେ ମାତୃ ସ୍ତନ୍ୟପାନର ଜାଗରୁକତା ବାର୍ତା ପହଂଚାଇବା ଏହାର ମୂଳ ଲକ୍ଷ ଥିଲା । ଆଜି ଦିନରେ ପୁରା ବିଶ୍ୱର ୧୦୦ ଟି ଦେଶରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ କରାଯାଉଛି । ସ୍ତନ୍ୟପାନ ଦ୍ଵାରା ଶିଶୁର ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହେଇଥାଏ । ଏକ ଆକଳନ ଅନୁଯାୟୀ ସ୍ତନ୍ୟପାନ କରୁଥିବା ଶିଶୁଙ୍କ ମାନସିକ ବୁଦ୍ଧିର ବିକାଶ ଅନ୍ୟ ଶିଶୁଙ୍କ ଠାରୁ ବହୁଗୁଣରେ ଅଧିକ ହୋଇଥାଏ । ଯାହା ସଦ୍ୟ ନବଜାତ ଶିଶୁମାନଙ୍କ ପାଇଁ ଅମୃତ ସମାନ । ଜନ୍ମ ହେବାପରେ ଶିଶୁଟିକୁ ତୁରନ୍ତ ସ୍ତନ୍ୟପାନ୍ୟ କରାଯାଇଥାଏ ଏବଂ ଶିଶୁଟି ଜନ୍ମ ହେବାରର ଛମାସ ପର୍ଯ୍ୟନ୍ତ କେବଳ ମା ଖୀର ଉପରେ ହିଁ ନିର୍ଭରଶୀଳ ଥାଏ । କୋଭିଡ ମହାମାରୀର ସୁରକ୍ଷାକୁ ଦୃଷ୍ଟିରେ ରଖି ମା ମାନେ ଅତିଶୀଘ୍ର କୋଭିଡ ଟୀକା ନେବା ସହ ସ୍ତନ୍ୟପାନ କରାଇବା ପୂର୍ବରୁ ବିଶେଷ ପ୍ରତିଷେଧକ ମୂଳକ ପଦକ୍ଷପ ନେବା ନିତ୍ୟାନ୍ତ ଆବଶ୍ୟକ । ବିଶ୍ୱ ସ୍ତନ୍ୟପାନ ଦିବସରେ ସଚେତନତା ବାର୍ତ୍ତା ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବା ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନର ମୁଖ୍ୟ ଉଦ୍ୟେଶ୍ୟ।
#WorldBreastfeedingWeek #WHO #NNSODIA