୧୯୮୦ ମସିହା ପରଠାରୁ, ମିଳିତ ଜାତିସଂଘର ବିଶ୍ୱ ପର୍ଯ୍ୟଟନ ସଂଗଠନର(UNWTO) ଘୋଷଣା ଅନୁଯାୟୀ ସେପ୍ଟେମ୍ବର ୨୭ ତାରିଖକୁ ଆନ୍ତର୍ଜାତୀୟ ପର୍ଯ୍ୟଟନ ଦିବସ ବା ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଭାବେ ପାଳନ କରାଯାଉଛି । ଏହି ଦିନର ଉଦ୍ଦେଶ୍ୟ ହେଉଛି ଆନ୍ତର୍ଜାତୀୟ ସମୁଦାୟ ମଧ୍ୟରେ ପର୍ଯ୍ୟଟନର ଭୂମିକା ଉପରେ ସଚେତନତା ସୃଷ୍ଟି କରିବା ଏବଂ ଏହା କିପରି ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ ଅର୍ଥନୈତିକ ମୂଲ୍ୟବୋଧକୁ ପ୍ରଭାବିତ କରେ ତାହା ପ୍ରଦର୍ଶନ କରିବା | ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ବିଷୟବସ୍ତୁ ହେଉଛି ‘ଅନ୍ତର୍ଭୂକ୍ତ ଅଭିବୃଦ୍ଧି ପାଇଁ ପର୍ଯ୍ୟଟନ’ | ପ୍ରତ୍ୟେକ ସମ୍ଭାବ୍ୟ ଉପାୟରେ ପର୍ଯ୍ୟଟନ କ୍ଷେତ୍ର ସହିତ ଜଡିତ ଲୋକଙ୍କୁ ସାହାଯ୍ୟ କରିବାକୁ ଏହା ଲକ୍ଷ୍ୟ ରଖିଛି | UNWTO ବ୍ୟବସାୟ, ପର୍ଯ୍ୟଟକ, ଜାତିସଂଘ ଏଜେନ୍ସି, ସଦସ୍ୟ ରାଷ୍ଟ୍ର ଏବଂ ଅଣ-ସଦସ୍ୟମାନଙ୍କୁ ଅନୁରୋଧ କରିଛି ଯେ କରୋନା ମହାମାରୀ ଯୋଗୁଁ ପୁରା ବିଶ୍ୱ ଭୟଭୀତ ଓ ଆତଙ୍କିତ ହୋଇ ରହିଥିଲା । ପ୍ରାୟ ସବୁ ଦେଶରେ ଲାକଡାଉନ ଏବଂ ସଟଡାଉନ ଜାରି ରହିବା ସହିତ ଯାତାୟାତ ମଧ୍ୟ ରଦ୍ଧ କରାଯାଇଥିଲା । କିନ୍ତୁ ଏବେ ପରିସ୍ଥିତି କିଛି ମାତ୍ରାରେ କୋହଳ ହୋଇଥିବାରୁ ବିଶ୍ୱ ପୁନର୍ବାର ଖୋଲିବାକୁ ଏବଂ ଭବିଷ୍ୟତକୁ ଦେଖିବା ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟନ ପାଇଁ ଅନେକଙ୍କ ମଧ୍ୟରେ ଉତ୍ସାହ ଭରିଦେବା ହିଁ ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ । ତେବେ ନୂଆ ନୂଆ ଜାଗା ବୁଲି ଦେଖିବା କାହାକୁ ବା ପସନ୍ଦ ନୁହେଁ । ଦୁନିଆରେ ଏପରି ଅନେକ ସୁନ୍ଦର ଏବଂ ରହସ୍ୟମୟ ପର୍ଯ୍ୟଟନ ସ୍ଥଳୀ ରହିଛି ଯାହା ଆପଣମାନେ ନିଶ୍ଚୟ ଦେଖିବା କଥା । ତେବେ ଓଡ଼ିଶା ମଧ୍ୟ ପର୍ଯ୍ୟଟନ ପାଇଁ ବେଶ ଲୋକପ୍ରିୟ । ଦୁର ଦୁରାନ୍ତ ଦେଶ ବିଦେଶରୁ ଅନେକ ଯାତ୍ରୀ ଓଡ଼ିଶାର ସୌନ୍ଦର୍ଯ୍ୟ, ପରମ୍ପରା, ଐତିହ୍ୟ ଏବଂ ପର୍ଯ୍ୟଟନ ପ୍ରତି ଆକୃଷ୍ଟ ହୋଇଥାଆନ୍ତି । ଯେପରିକି ପୁରୀ ଶ୍ରୀମନ୍ଦିର, ମନ୍ଦିର ମାଳିନୀ ଭୁବନେଶ୍ୱର, କୋଣାର୍କ, କଟକ ବାରବାଟୀ, ଚାନ୍ଦିପୁର ବେଳାଭୂମି, ଚିଲିକା ହ୍ରଦ ଇତ୍ୟାଦି ।
#WorldTourismDay #WorldTourismDay2021 #NNSODIA