ବିଶ୍ୱ ଓଡ଼ିଶା ସମାଜ ପକ୍ଷରୁ ମଧ୍ୟରାତ୍ର ଆଭାସି ସ୍ୱାଧୀନତା ସମାରୋହ ଆୟୋଜନ । ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଓଡ଼ିଶାର ଅବଦାନ ଅତୁଳନୀୟ ଥିଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ବିଶ୍ୱ ଓଡ଼ିଶା ସମାଜ (ବି.ଓ.ସ) ପକ୍ଷରୁ
ଆୟୋଜିତ ମଧ୍ୟରାତ୍ର ଆନ୍ତର୍ଜାତିକ ଆଭାସି ସ୍ୱାଧୀନତା ସମାରୋହରେ ଭାଗ ନେଇ ବରେଣ୍ୟ ଅତିଥିବୃନ୍ଦ ଏବଂ ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ନେତୃବୃନ୍ଦ
ସ୍ୱତନ୍ତ୍ରତା ସଂଘର୍ଷ ଓ ପରବର୍ତ୍ତୀ କାଳରେ ସ୍ୱାଧୀନ ଭାରତର ନବନିର୍ମାଣ ନେଇ ଓଡ଼ିଆମାନଙ୍କର ବଳିଷ୍ଠ ଭୂମିକାକୁ ଭୂରିଭୂରି ପ୍ରଶଂସା କରିଥିଲେ । ବୀର ପାଇକର
ଗୌରବ ଗାଥା’ ଶିର୍ଷକ ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଏହି ମହା ମହୋତ୍ସବକୁ ଓଡ଼ିଶା ବିଧାନସଭାର ବାଚ୍ଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର ଉଦ୍ଘାଟନ
କରିଥିଲେ । ଆଲୋଚନାରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡକ୍ଟର ନଳିନୀ ପତି, ଓଡ଼ିଶା ସମାଜ ୟୁକେର
ସାଧାରଣ ସମ୍ପାଦକ ଶିବରଞ୍ଜନ ବିଶ୍ୱାଳ, ନିୟୁଜିଲାଣ୍ଡରୁ ପ୍ରେମ ନେପାକ, ଦକ୍ଷିଣ କୋରିଆରୁ ଡକ୍ଟର ଶିତାଂଶୁ ଶେଖର ନନ୍ଦ, ବାହାରିନ୍ରୁ ସୁବାସ ସାହୁ, ଭୁବନେଶ୍ୱରୁ ହୃଷିକେଶ ପାତ୍ର ଓ ଦୁର୍ଗାମାଧବ ମିଶ୍ର ପ୍ରମୁଖ ଏବଂ ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଅଂଶ ଗ୍ରହଣ କରିଥିଲେ ଅଂଶଗ୍ରହଣ କରିଥିଲେ ।
#worldodishasociety #nnsodia