ରାଜ୍ୟରେ ମହିଳା ସଶକ୍ତିକରଣକୁ ନେଇ ଜାତିସଂଘର ମହିଳା ପ୍ରତିନିଧୀ ସୁଶ୍ରୀ ଜେନ ଫର୍ଗୁସନ୍ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଵୈଷୟିକ ଶିକ୍ଷା କ୍ଷେତ୍ରରେ ମହିଳାମାନଙ୍କର ଅଂଶଗ୍ରହଣ ଏବଂ ଶିଳ୍ପ କ୍ଷେତ୍ରରେ ଅଧିକ ନିଯୁକ୍ତି ରାଜ୍ୟ ସରକାରଙ୍କ ପାଇଁ ଏକ ପ୍ରାଥମିକ କ୍ଷେତ୍ର ଅଟେ। ଏବଂ ଏହି ପ୍ରୟାସକୁ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଫଳପ୍ରଦ କରିବାପାଇଁ ଜାତିସଂଘର ମହିଳାମାନଙ୍କର ଏହି ଶିକ୍ଷା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସହଯୋଗରେ ଯେଉଁ ମହିଳାମାନେ ସେମାନଙ୍କର ଶିକ୍ଷା ସମାପ୍ତ କରିବାରେ ସକ୍ଷମ ହୋଇପାରି ନାହାନ୍ତି । ସେମାନଙ୍କୁ ଚାକିରି ବଜାରରେ ନିଯୁକ୍ତି ଦେବା ପାଇଁ ରି ସ୍କିଲିଂ, ଅପ୍ ସ୍କିଲିଂ ମାଧ୍ୟମରେ ସେମାନଙ୍କୁ ସାହାଯ୍ୟ କରାଯାଇପାରିବ | ୱାର୍ଲ୍ଡ ସ୍କିଲ୍ ସେଣ୍ଟର ଭଳି ଆଇକନିକ୍ ପ୍ରୋଜେକ୍ଟ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଯାହା ବିଶ୍ୱସ୍ତରୀୟ ମାନକ ଦକ୍ଷତାକୁ ପ୍ରୋତ୍ସହିତ କରୁଛି । ଏବଂ ଜାତିସଂଘର ମହିଳାମାନଙ୍କର ଅଂଶଗ୍ରହଣ ଲିଙ୍ଗଗତ ସମାନତାକୁ ସାଧାରଣରେ ପ୍ରୋତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରୀମତୀ ଫର୍ଗୁସନ୍ ମଧ୍ୟ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ।
#CMO #SusanJaneFerguson #womenempowerment #UN #ODISHA #NNSODIA