ଶାଶୂଘର ନିର୍ଯାତନା ହେଲା ଅସହ୍ୟ | ଅକଥନୀୟ ଅତ୍ୟାଚାର ସହି ନପାରି ଜୀବନ ହରାଇବାକୁ ନେଲେ ନିଷ୍ପତି | ଜଣେ ଗର୍ଭବତୀ କଟକ-ଚାନ୍ଦବାଲି ରାସ୍ତା ଉପରେ ଶୋଇ ନିଜ ଜୀବନ ହାରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା | ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛନ୍ତି | ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ବ୍ଲକ ଦୋବନ୍ଧା ଗାଁରେ।
ସୂଚନାରୁ ଜଣାଯାଇଛି ଯେ, ଯାଜପୁର ଜିଲ୍ଲାର ଜଣେ ମହିଳା ଆତ୍ମା ବେଗମ୍ । ସେ ତାଙ୍କ ମାମୁଁ ଘର ଅସୁରେଶ୍ବରରେ ରହୁଥିବାବେଳେ ଦୋବନ୍ଧା ଜେନା ସାହିର ବାବନ ଜେନା ନାମକ ଜଣେ ଟ୍ରକ ଡ୍ରାଇଭରଙ୍କୁ ପ୍ରେମ ବିବାହ କରିଥିଲେ । ସେବେଠୁ ତାଙ୍କ ନାମ ପରିବର୍ତ୍ତନ କରାଯାଇ ସଶ୍ମିତା ଜେନା ହୋଇଛି । ୩ବର୍ଷ ହେଲା ସ୍ୱାମୀ ବାବନ ପତ୍ନୀ ସଶ୍ମିତାଙ୍କଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ତାଙ୍କର ଏକ ପୁତ୍ର ସନ୍ତାନ ଥିବା ବେଳେ ସଶ୍ମିତା ଏବେ ଅଛନ୍ତି ୪ ମାସର ଗର୍ଭବତୀ । କିନ୍ତୁ ଗତକାଲି ଶାଶୁଘର ଲୋକେ ତାଙ୍କୁ ରାସ୍ତାରେ ଘୋଷାରି ଘୋଷାରି ମାରିଥିଲେ ମାଡ | ଫଳରେ ଲହୁଲୁହାଣ ହୋଇପଡିଛନ୍ତି ସସ୍ମିତା | ପାରିବାରିକ ନିର୍ଯ୍ୟାତନା ସହି ନପାରି ସଶ୍ମିତା ରାସ୍ତାରେ ଟ୍ରକ ଚକତଳେ ପ୍ରାଣ ହରାଇବାକୁ ନେଇଥିଲେ ନିଷ୍ପତ୍ତି | ଫଳରେ କଟକ- ଚାନ୍ଦବାଲି ରାସ୍ତାରେ ଶୋଇ ନିଜ ଜୀବନ ହରିବାକୁ କରିଥିଲେ ଉଦ୍ୟମ | ଆହତ ସଶ୍ମିତାଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତି କରିଛନ୍ତି | ଏହି ଘଟଣାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ନିକଟରେ ପୋଲିସ ପହଞ୍ଚି ପାରିନଥିବା ଜଣାଯାଇଛି ।