୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜଣେ ମହିଳା ଆରଆଇ । ଆରଆଇ ଜଣକ ହେଲେ କୋରାପୁଟ ଜିଲ୍ଲା ସେମିଳିଗୁଡା ତହସିଲ ଅଧୀନରେ ଥିବା ଡୁଡାରି ରେଭିନ୍ୟୁ ଇନ୍ସପେକ୍ଟର କ୍ଷୀରାବ୍ଦି ତନୟା ସ୍ୱାଇଁ । ମୃତ୍ୟୁ ପଞ୍ଜିକରଣ ପାଇଁ ସେ ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ବିଭାଗ ଅଧିକାରୀ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି ।