ଜାଣିଛନ୍ତି କି ଜାନୁଆରୀ 1ରେ କାହିଁକି ନୂଆବର୍ଷ ପାଳନ କରାଯାଏ ! ଆଜି ନୂଆ ବର୍ଷ | ପୁରୁଣା ବର୍ଷ 2021 ବିଦାୟ ନେବା ସହ ନୂଆ ଉତ୍ସାହ ଉଦ୍ଦୀପନା ନେଇ ଆସିଛି ନୂଆ ବର୍ଷ 2022 | ନୂଆ ବର୍ଷର ଆଗମନକୁ ଲୋକେ ବହୁ ଜାକଜକମରେ ପାଳନ କରିଥାନ୍ତି | କିଏ ହୋଟେଲ, ପାର୍କ, ମଲ ଯାଇ ନାଚ ଗୀତ କରି ଦିନଟିକୁ ଉପଭୋଗ କରିଥାଏ ତ କିଏ ଆଗାମୀ ବର୍ଷ ସୁଖ ଶାନ୍ତିରେ କଟିବା ପାଇଁ ମନ୍ଦିରକୁ ଯାଇ ଠାକୁରଙ୍କ ପାଖେ ଦ୍ୱୀପ ଜାଳି ପ୍ରାଥନା କରିଥାଏ | କିନ୍ତୁ ବେଳେବେଳେ ମନରେ ପ୍ରଶ୍ନ ଉଠେ ଯେ ନୂଆବର୍ଷ କେବଳ ଜାନୁଆରୀ ମାସରେ କାହିଁକି ପାଳନ କରାଯାଏ | ଚାଲନ୍ତୁ ଜାଣିବା ଜାନୁଆରୀ 1 ତାରିଖରେ କାହିଁକି ନୂଆ ବର୍ଷ ପାଳନ କରାଯାଏ | ଯେଉଁ କ୍ୟାଲେଣ୍ଡର କାରଣରୁ ଜାନୁଆରୀ 1ରୁ ନୂତନ ବର୍ଷ ଆରମ୍ଭ ହୁଏ, ତାହାକୁ ଗ୍ରେଗୋରିଆନ୍ କ୍ୟାଲେଣ୍ଡର କୁହାଯାଏ | ଏହି କ୍ୟାଲେଣ୍ଡର 15 ଅକ୍ଟୋବର 1582ରେ ଆରମ୍ଭ ହୋଇଥିଲା | କୁହାଯାଏ ଯେ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ପୂର୍ବରୁ, 10 ମାସ ବିଶିଷ୍ଟ ଋଷର ଜୁଲିୟାନ୍ କ୍ୟାଲେଣ୍ଡର ପ୍ରଚଳିତ ଥିଲା | କିନ୍ତୁ ଏହି କ୍ୟାଲେଣ୍ଡରରେ ଖ୍ରୀଷ୍ଟମାସ ପାଇଁ କିଛି ନିର୍ଦିଷ୍ଟ ତାରିଖ ନଥିଲା | ଖ୍ରୀଷ୍ଟମାସ ତାରିଖ ସ୍ଥିର କରିବା ପାଇଁ ଏହି କ୍ୟାଲେଣ୍ଡର ତିଆରି କରାଗଲା | କରାଯାଇଥିଲା | ଆଲୋଏସିୟସ୍ ଲିଲିୟସ୍ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଆରମ୍ଭ କରିଥିଲେ | ଏହି କ୍ୟାଲେଣ୍ଡରରେ ଖ୍ରୀଷ୍ଟମାସ ପ୍ରତିବର୍ଷ 25 ଡିସେମ୍ବରରେ ସ୍ଥିର କରାଯାଇଛି | ଏହି କ୍ୟାଲେଣ୍ଡର ଅନୁଯାୟୀ, ଜାନୁଆରୀ ହେଉଛି ବର୍ଷର ପ୍ରଥମ ମାସ ଏବଂ ଡିସେମ୍ବରରେ ଖ୍ରୀଷ୍ଟମାସ ଶେଷ ହେବା ପରେ ବର୍ଷ ଶେଷ ହୋଇଥାଏ |