ଭୁବନେଶ୍ୱର,(ଏନଏନଏସ ଓଡ଼ିଆ/ ୦୩.୦୪): ଅନେକ ସମୟରେ ରାସ୍ତାରେ ଯାଉଥିବାବେଳେ ଟଙ୍କା ପଡିଥିବା ଦେଖାଯାଏ । କିଛି ଲୋକେ ସେହି ଟଙ୍କାକୁ ଉଠାଇ ନେଇଥାଆନ୍ତି। କିଛି ଲୋକେ ସେଠାରୁ ପଳାଇ ଆସିଥାଆନ୍ତି। କିନ୍ତୁ ଜାଣନ୍ତି କି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାସ୍ତାରେ ଏଭଳି ଭାବେ ଟଙ୍କା ମିଳିବା ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ଅନେକ ସଙ୍କେତ ଦେଇଥାଏ।
କୁହାଯାଏ ରାସ୍ତାରେ ଟଙ୍କା ପଡିଥିବାର କୌଣସି ବ୍ୟକ୍ତି ଦେଖିଲେ , ସେହି ବ୍ୟକ୍ତିଙ୍କ ଉପରେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ। ଏମାନଙ୍କ ଜୀବନରେ ଥିବା ସମସ୍ୟା ଦୂର ହୋଇ ଜୀବନରେ ଖୁସି ଓ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
କୌଣସି ବ୍ୟକ୍ତିଙ୍କୁ କାମରୁ ଘରକୁ ଫେରିବା ବାଟରେ ରାସ୍ତାରେ ଟଙ୍କା ମିଳିଲେ ଏହାର ଅର୍ଥ ନିକଟ ଭବିଷ୍ୟତରେ ଆପଣ ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ। ନୂତନ ଯାନ କିଣିବାର ମଧ୍ୟ ଅଧିକ ସମ୍ଭାବନା ଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାସ୍ତାରେ ଯାଉଥିବା ସମୟରେ ଟଙ୍କା ପଡିଥିବା ଅବସ୍ଥାରେ ମିଳିଲେ, ଏହାର ଅର୍ଥ ଖୁବ୍ ଶୀଘ୍ର ଆପଣଙ୍କୁ ଧନ ପ୍ରାପ୍ତି ହେବ। କୌଣସି ସ୍ଥାନରେ ନିବେଶ ମଧ୍ୟ କରି ପାରିବେ। ସେଥିରୁ ଆପଣ ଲାଭବାନ୍ ହେବେ।
ରାସ୍ତାରୁ ଟଙ୍କା ମିଳିଲେ ଏହା ଆଗାମୀ ଦିନରେ ଶୁଭକାର୍ଯ୍ୟ ହେବାର ମଧ୍ୟ ସଙ୍କେତ ଦେଇଥାଏ।
ରାସ୍ତାରୁ ମୁଦ୍ରା (କଏନ୍) ମିଳିଲେ ଏହାର ଅର୍ଥ ଆପଣ ଖୁବ୍ ଶୀଘ୍ର ନୂତନ କାର୍ଯ୍ୟ ଆରମ୍ଭ କରିବାର ସମ୍ଭାବନା ରହିଛି। ଏଥିରେ ସଫଳତା ପ୍ରାପ୍ତି ସହ ଆର୍ଥିକ ସମସ୍ୟା ଦୂର ହୋଇ ଧନ ପ୍ରାପ୍ତି ହେବ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହେବ।