ଭାରତୀୟ ମାନେ ବିଶେଷ କରି ବୈଦିକ କାଳରେ ମୁଖ୍ୟତଃ ଶାକାହାରୀ ବା ନିରାମିଷ ଥିଲେ । ତେବେ ଆଧୁନିକ ଯୁଗରେ ବିଭିନ୍ନ ସ୍ୱସ୍ଥ୍ୟ ସମସ୍ୟା ଓ ପରିବେଶ ସଙ୍କଟ କାରଣରୁ ଏବେ ଅଧିକ ଲୋକ ନିରାମିଷ ବା ଉଦ୍ଭିଦ ଜାତ ଖାଦ୍ୟକୁ ପସନ୍ଦ କରୁଛନ୍ତି । ବିଶେଷ କରି ମଧୁମେହ-୧ ଏବଂ ମଧୁମେହ-୨ ରେ ପୀଡିତ ଥିବା ବ୍ୟକ୍ତି ନିରାମିଷ ଭୋଜନ କରିବା ଅତ୍ୟନ୍ତ ଆବଶ୍ୟକ । ବିଭିନ୍ନ ପନିପରିବା, ଫଳ ମୂଳ, ମଞ୍ଜି, କୋଳି, ଓ ଡାଲି ଜାତୀୟ ଖାଦ୍ୟ ନିରାମିଷ ଖାଦ୍ୟର ଅନ୍ତର୍ଭୁକ୍ତ । ସେହିଭଳି ଫଳମୂଳ, ମଞ୍ଜି , ଶୁଷ୍କ ଫଳ ଓ ଭିନ୍ନ ଜାତୀୟ ଖାଦ୍ୟରେ ନିମ୍ନ ଶର୍କରା ଥାଏ, ଯାହା ମଧୁମେହ-୨ ସମେତ ବହୁ ଦୂରାରୋଗ୍ୟର ଉପଶମ କରିଥାଏ ।
ନିରାମିଷ ଖାଦ୍ୟର ଏକ ଗୁଣ ହେଲା ପାକସ୍ଥଳୀରେ ବଢୁଥିବା ଅଣୁଜୀବମାନଙ୍କ ଚାରି ପାଖେ ଶକ୍ତି ପ୍ରତିବନ୍ଧକ ଝିଲ୍ଲି ସୃଷ୍ଟି କରିବାରେ ସହାୟତା କରିଥାଏ । ଫଳରେ ଏହାକୁ ଭେଦ କରି ଗ୍ଲୁକୋଜ ଯାଇପାରେ ନାହିଁ । ଏହି ପ୍ରକିୟା ଖାଦ୍ୟର ଶର୍କରା ପ୍ରଭାବକୁ କମ କରିଥାଏ ।
ସେହିଭଳି ନିରାମିଷ ଭୋଜନ ଚର୍ବି ଠୁଳ ହେବାକୁ ଦେଇ ନଥାଏ ଏବଂ ଇନସୁଲିନ୍ ର ପ୍ରତିବନ୍ଧକତାକୁ ହଟାଇ ଦେଇଥାଏ । ନିରାମିଷ ଭୋଜନ ସ୍ନାୟୁବିକ ଅପଚୟକୁ ସୁଧାରିବା ସହ କୋଲେଷ୍ଟ୍ରୋଲ୍ ସ୍ତର ଓ ରକ୍ତଚାପ କମାଇ ଥାଏ । ଏଥିସହ ଅତ୍ୟଧିକ ଚର୍ବି କମାଇ ହୃତଘାତରୁ ମଧ୍ୟ ରକ୍ଷା କରିଥାଏ ।