ବାଲେଶ୍ୱର(ଏନଏନଏସ୍): ବାଲେଶ୍ୱର ବାହାନଗାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁର୍ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ମମତା । ଗୋଟିଏ ଟ୍ରେନ୍ ପଶ୍ଚିମବଙ୍ଗରୁ ଆସୁଥିଲା ଆଉ ଏକ ଟ୍ରେନ୍ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା । ତେଣୁ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଅଧିକାଂଶ ପଶ୍ଚିମବଙ୍ଗ ଯାତ୍ରୀ ରହିଥିବା ଜଣାପଡ଼ିଛି, ଯାହାକୁ ନେଇ ତତ୍ପରତା ଦେଖାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଏନେଇ ରେଳ ଦୁର୍ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପହଞ୍ଚିଛନ୍ତି । ସୂଚନାଯୋଗ୍ୟ ବାହାନଗା ହାଇସ୍କୁଲ ନିକଟରେ ହୋଇଥିବା ହେଲିପ୍ୟାଡରେ ଓହ୍ଲାଇ ସିଧାସଳଖ ଘଟଣାସ୍ଥଳକୁ ଯାଇଛନ୍ତି ମମତା।