ଗତ କାଲି ପୂର୍ବ କେନ୍ଦ୍ରୀୟ ଏବଂ ତତ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏହାର ପ୍ରଭାବରେ ୧୨ ଓ ୧୩ତାରିଖରେ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି । କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯିବା ସହିତ ମତ୍ସ୍ୟଜୀବୀ ମାନଙ୍କୁ ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମଧରଣର ବର୍ଷା ଲାଗି ରହିବ । ଜଗତସିଂହପୁର ଜିଲ୍ଲାକୁ ମଧ୍ୟ ପ୍ରଶାସନ ପକ୍ଷରୁ ଅରେଜ୍ଞ ଓଆର୍ଣି ଦିଆଯାଇଛି ।ଏହାର ପ୍ରଭାବରେ ଗତକାଲିରାତି ଠାରୁ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହେଇଯାଇଛି । ଆଜି ସକାଳୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିବା ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି ।ଅନେକ ତଳିଆ ଅଞ୍ଚଳ ଯେପରିକି ନାଉଗାଁ ର କାନୁନଗୋସାହି, ସଂସାଇଲ, ତିରୁଣ ରେ ବର୍ଷା ପାଣି ପସିଜିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହା ସହିତ ଗାଁ ମାନଙ୍କରେ ଥିବା ଡ୍ରେନ ସଫା ନହୋଇଥିବାରୁ ଗାଁରାସ୍ତାରେ ବର୍ଷା ପାଣି ଜମିରହି ଲୋକେ ଯାତାୟତ କରିବା ପାଇଁ ଘୋରସମସ୍ୟା ସୃଷ୍ଟି ହେଇଛି ।ଏହି ନିକଟରେ ଚାଷଜମି ରେ ରୁଆ ରୁଇ କାର୍ଯ୍ୟ ସରିଥିବା ବେଳେ ବର୍ଷା ପାଣିରେ ଧାନଗଛ ବୁଡିଗଲାଣି ଏହି ବର୍ଷା ଯଦି ଆଉ ଗୋଟିଏ ଦିନ ଲାଗିରହେ ତାହାଲେ ଅନେକ ଚାଷ ଜମିଧେଇଯିବାର ସମ୍ଭାବନା ରହିଛି l
#weatherupdaṭe #nnsodia