ଏନଏନଏସ୍: ସାରା ରାଜ୍ୟରେ ଲାଗି ରହିଛି ମୌସୁମୀ ବର୍ଷା । ଏନେଇ ବଢୁଛି ହୀରାକୁଦ ଜଳସ୍ତର । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢିଲା ଜଳଭଣ୍ଡାର ଇନଫ୍ଲୋ ଓ ଆଉଟ ଫ୍ଲୋ । ଗତକାଲି ଜଳସ୍ତର ୬୦୦ ଦଶମିକ ୪୫ ଫୁଟ ରହିଥିବା ବେଳେ ଆଜି ତାହା ବୃଦ୍ଧି ପାଇଁ ୬୦୧ ଦଶମିକ ୩୧ ଫୁଟରେ ପହଞ୍ଚିଛି।
ଇନଫ୍ଲୋ ମାତ୍ର ୪୩୩୨ କ୍ୟୁସେକ ଥିବା ବେଳେ ଆଜି ଇନଫ୍ଲୋ ବୃଦ୍ଧି ପାଇଁ ୪୪ ହଜାର ୨୪୫ କ୍ୟୁସେକରେ ପହଞ୍ଚିଛି। ଖାସ କରି କଲମାର କିଛି ଗେଟ୍ ଓ କେଲୋର କିଛି ଗେଟ ଯାଇଥିବାରୁ କ୍ରମାଗତ ଭାବେ ବଢ଼ୁଛି ଡ୍ୟାମର ପାଣି । ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ହୀରାକୁଦରେ ୧୨୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।