ଏନଏନଏସ୍: ଛତିଶଗଡ଼ କଲମା ବ୍ୟାରେଜର ୬୬ ଗେଟ୍ ଖୋଲିବା ପରେ ବଢ଼ିଛି ହୀରାକୁଦକୁ ଜଳ ପ୍ରବାହ । ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ତଳମୁଣ୍ଡକୁ ପାଣି ମାଡି ଆସୁଛି, ଯାହାଫଳରେ ହୀରାକୁଦ ଜଳଭଣ୍ଡାରର ସ୍ତର ବଢିଛି । ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ରହିଛି ୬୦୪.୮୯ ଫୁଟ । ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୪, ୮୦୦ କ୍ୟୁସେକ ଜଳ । ପ୍ରତି ସେକେଣ୍ଡରେ ନିଷ୍କାସନ ହେଉଛି ୩୦, ୬୨୨ କ୍ୟୁସେକ ଜଳ । ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍ ବନ୍ଦ ରହିଛି।
ଗତ ବର୍ଷ ଛତିଗଡ କଲମା ଗେଟ୍ ଖୋଲି ଦେବା ପରେ ମହନଦୀରେ ବନ୍ୟା ଆସିଥିଲା । ମହାନଦୀର ତଳମୁଣ୍ଡରେ ଥିବା ହଜାର ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ । ତେଣୁ ଆଗକୁ ପୁଣି ଥରେ ଯେମିତି ଗତବର୍ଷ ଭଳି ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି ।