<h3>କୋରାପୁଟ ଜିଲ୍ଲା ସୁନାବେଡା ପୌର ପରିଷଦ ଅନ୍ତର୍ଗତ ସେମେଲିଗୁଡା ଟ୍ରାଫିକ ଛକ ନିକଟସ୍ଥ ରଞ୍ଜନ ଫିଲିଙ୍ଗ ପେଟ୍ରୋଲ ଟାଙ୍କିରୁ ବାହାରୁଛି ପାଣି । ଏହାକୁ ନେଇ ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା ଏ ନାଗେଶ୍ୱର ଦରା ।</h3> <img class=" wp-image-27955 aligncenter" src="https://nnsodia.com/wp-content/uploads/2024/05/Bijuli-GDN970x250-300x77.jpg" alt="" width="534" height="137" /> <h3>ସୂଚନା ଅନୁଯାୟୀ, ନାଗେଶ୍ୱରଙ୍କ ସ୍କୁଟିରେ ପେଟ୍ରୋଲ ସରିଯାଇଥିବାରୁ ରବିବାର ଦିନ ୧୧ ଘଟିକା ସମୟରେ ପ୍ରଥମେ ପେଟ୍ରୋଲ ପମ୍ପ ଯାଇ ସ୍କୁଟିରେ ୪୫୦ ଟଙ୍କାର ଟାଙ୍କି ଫୁଲ ପେଟ୍ରୋଲ ଭରିଥିଲେ । କିନ୍ତୁ ଏହାପରେ ତାଙ୍କ ସ୍କୁଟି ଷ୍ଟାର୍ଟ ନହେବାରୁ ସେ ଠେଲି ଠେଲି ଗ୍ୟାରେଜକୁ ନେଇ କି ଯାଇଥିଲେ । ସେଠାରେ ମେକାନିକ କାର୍ବନେଟର ଖୋଲି ଦେଖନ୍ତି ତ, ତା ଭିତରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା । ପରେ ସ୍କୁଟିରେ ଫୁଲ ଥିବା ପେଟ୍ରୋଲ କାଢିବାରୁ ସେଥିରୁ ଅଧା ପାଣି ଓ ଅଧା ପେଟ୍ରୋଲ ବାହାରିଥିଲା । ଏହାକୁ ନେଇ ନାଗେଶ୍ୱର ଦରା ପେଟ୍ରୋଲ ମାଲିକ ନାଁରେ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ପେଟ୍ରୋଲ ପମ୍ପ ମାଲିକ ଏବଂ ନାଗେଶ୍ୱରଙ୍କ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଯାଇଥିଲା । ଏ ପେଟ୍ରୋଲ ତାଙ୍କ ଟାଙ୍କିର ନୁହେଁ ବୋଲି ରୋକଠୋକ ମନା କରିଦେଇଥିଲେ ପେଟ୍ରୋଲ ପମ୍ପ ମାଲିକ । ବହୁବାର ଏହି ପେଟ୍ରୋଲ ଟାଙ୍କିରୁ ପାଣି ବାହାରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଏବଂ ବାହାରିଥିବା ପେଟ୍ରୋଲକୁ ଲ୍ୟାବ ଟେଷ୍ଟିଙ୍ଗ କରାଯାଉ ବୋଲି ଅଞ୍ଚଳର ବୁଦ୍ଧିଜୀବୀ କହିଛନ୍ତି ।</h3>