ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଭୋଟରମାନେଶାନ୍ତି ଶୃଙ୍ଖଳା ସହିତ ଲମ୍ବା ଲାଇନରେ ଛିଡା ହୋଇ ମତଦାନ କରୁଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୂର୍ବାହ୍ନ ୧ଟା ସୁଦ୍ଧା ଓଡ଼ିଶାରେ ୩୭.୩୨ ପ୍ରତିଶତ ମତଦାନ ହୋଇଛି । ଦେବଗଡ ଜିଲ୍ଲାରେ ସର୍ବାଧିକ ମତଦାନ ହୋଇଛି । ଦେବଗଡରେ ସର୍ବାଧିକ ୩୬ ପ୍ରତିଶତ ମତଦାନ ହୋଇଛି । ସେହିଭଳି ଢେଙ୍କାନାଳରେ ୩୬ ପ୍ରତିଶତ, କେଉଁଝରରେ୩୫.୬୩ ପ୍ରତିଶତ, ଖୋର୍ଦ୍ଧାରେ ୩୩.୦୧ ପ୍ରତିଶତ, ମୟୂରଭଞ୍ଜରେ ୨୧.୨୪ପ୍ରତିଶତ, ନୟାଗଡରେ ୩୭.୩୦ପ୍ରତିଶତ, ପୁରୀରେ ୩୫.୬୯ପ୍ରତିଶତ,କଟକ ୩୪.୪୦ପ୍ରତିଶତ, ସମ୍ବଲପୁରରେ ୩୮
ପ୍ରତିଶତ ମତଦାନ ହୋଇଛି । ସେହିଭଳି ବିଧାନସଭାସ୍ତରରେ ପାଲଲହଡାରେ ୩୬.୩୪ପ୍ରତିଶତ ମତଦାନ ହୋଇଛି ।