ଇନ୍ଦିରା ଆବାସ ଯୋଜନା ମାଧ୍ୟମରେ ସରକାର ଗରିବ ଲୋକଙ୍କୁ ଘର ଯୋଗାଇ ଦେଉଛନ୍ତି | କିନ୍ତୁ ଇନ୍ଦିରା ଆବାସ ଘର ମଂଜୁର ପାଇଁ ମଧ୍ୟ ଲାଞ୍ଚ ଦିଆନିଆ ଚାଲିଛି | ପଞ୍ଚାୟତ ଅଫିସର (ଭିଏଲଡବ୍ଲୁ) ଓ ସରପଞ୍ଚଙ୍କ ସ୍ୱ|ମୀଙ୍କ ମଧୁଚନ୍ଦ୍ରିକାରେ ଲୋକଙ୍କୁ ହେଉଛି ଶୋଷଣ | ଫଳରେ ପ୍ରକୃତ ହିତାଧିକାରୀ ଜଣକ ଯୋଜନାର ସୁଫଳ ପାଇପାରୁନାହାନ୍ତି | ପ୍ରତି ଇନ୍ଦିରାଆବାସ ବାବଦରେ ନିଆଯାଉଛି ଦଶହଜାର ଟଙ୍କା ଲାଞ୍ଚ | ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ସଦର ବ୍ଲକର କେରାଣ୍ଡିପୁର ଗ୍ରାମ ପଂଚାୟତରେ | ଭିଏଲଡବ୍ଲୁ ହିତାଧିକାରୀଙ୍କୁ ପଚାରୁଛନ୍ତି ତମର ସରପଞ୍ଚଙ୍କ ପାଖରେ କେତେ ଟଙ୍କା ଦେବା ପାଇଁ ଛିଡିଥିଲା, ତମେ ମୋତେ ଟଙ୍କା ଦେଇନ ବୋଲି ସେ ମୋତେ ଇନ୍ଦିରା ଆବାସ ଫାଇଲ କାମ କରିବା ପାଇଁ ମନା କରିଛନ୍ତି | ସେ କହୁଥିଲେ ଆଉ ଏତିକି ଟଙ୍କା ଦେଲେ ଯାଇ ତମର କାମ ହଇଯିବ | ସମ୍ପୃକ୍ତ ଭିଏଲଡବ୍ଲୁ ହିତାଧିକାରୀଙ୍କୁ ଫୋନ୍ ରେ ଲାଞ୍ଚ ମାଗୁଥିବା ଏକ ଅଡିଓ ରିଲିଜ ଏବେ ଭାଇରାଲ ହେବାରେ ଲାଗିଛି | ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି |