କାଶ୍ମୀର ପଣ୍ଡିତଙ୍କ କାହାଣୀ ଉପରେ ଆଧାରିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ କୁ ନେଇ ଚାରି ଆଡେ ଚର୍ଚ୍ଚା | କିନ୍ତୁ ଏହି ଫିଲ୍ମକୁ ନେଇ ବିପଦରେ ପଡିଛନ୍ତି ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ | ଫିଲ୍ମ ରିଲିଜ ହେବା ପରଠୁ ବିଭିନ୍ନ ଆଡ଼ୁ ବିବେକଙ୍କୁ ମିଳୁଛି ଧମକ | ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଦିଆଯାଇଛି ୱାଇ କାଟାଗୋରୀ ସୁରକ୍ଷା । ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିବେକଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି |
ତାଙ୍କର ସୁରକ୍ଷା ପାଇଁ ୫ଜଣ ସଶସ୍ତ୍ର କମାଣ୍ଡୋଙ୍କୁ ମୁତୟନ କରାଯାଇଛି । ଦେଶ ଓ ଦେଶ ବାହାରେ ଭ୍ରମଣ ସମୟରେ ତାଙ୍କୁ ସୁରକ୍ଷା ଦେବା ପାଇଁ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛନ୍ତି । ୩ ସିଫ୍ଟରେ ୩ ପିଏସଓ ବିବେକଙ୍କୁ ସୁରକ୍ଷ ପ୍ରଦାନ କରିବେ।
ବିବେକ ଅଗ୍ନିହୋତ୍ରୀ ଏହି ଫିଲ୍ମକୁ ନେଇ ସମଗ୍ର ଦେଶରେ ଜୋର ଧରିଛି ଚର୍ଚ୍ଚା । । ‘କାଶ୍ମୀର ଫାଇଲ’ରେ କାଶ୍ମୀରୀ ପଣ୍ଡିତଙ୍କ କାହାଣୀ ଦେଖିବା ପରେ ଦର୍ଶକମାନେ ହୋଇପଡିଛନ୍ତି ଭାବପ୍ରବଣ | ଏହାକୁ ନେଇ ନେତାଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଦେଉଛନ୍ତି ଭିନ୍ନ ମତ । କେତେଜଣ ଏହାକୁ ସପୋର୍ଟ କରୁଥିବା ବେଳେ କିଏ କରୁଛି ବିରୋଧ ।