ଇତିହାସ ରଚିଲେ ବିରାଟ | ବିରାଟ କୋହଲି ନିଜର ୧୦୦ ତମ ଟେଷ୍ଟ ମ୍ୟାଚରେ ଆଉ ଏକ ବଡ଼ ରେକର୍ଡ କରିଛନ୍ତି। ଏହି ଟେଷ୍ଟ ମ୍ୟାଚରେ ୮ ହଜାର ରନ କ୍ଲବରେ ସାମିଲ ହେଲେ ବିରାଟ। ଟେଷ୍ଟରେ ବିରାଟ ଷଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଏହି ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ଏହି ମାଇଲଖୁଣ୍ଟରେ ପହଞ୍ଚିବାରେ ବିରାଟ କୋହଲି ଦ୍ୱିତୀୟ ଦ୍ରୁତତମ ଭାରତୀୟ ଖେଳାଳି । କୋହଲିଙ୍କୁ ଟେଷ୍ଟ କ୍ରିକେଟରେ ୮ ହଜାର ରନ କରିବା ପାଇଁ ୧୬୯ ଇନିଂସ ଖେଳିବାକୁ ପଡିଥିଲା |
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମୋହାଲି ଟେଷ୍ଟ ମ୍ୟାଚ୍ ବିରାଟଙ୍କ ପାଇଁ ଏକ ଐତିହାସିକ ଟେଷ୍ଟ ମ୍ୟାଚ୍ | ବିରାଟ ତାଙ୍କ ଟେଷ୍ଟ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି | ଏହି ସ୍ମରଣୀୟ ମ୍ୟାଚରେ ବିରାଟ ତାଙ୍କ ନାମରେ ଆଉ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ଏଭଳି ଏକ ରେକର୍ଡ ଯାହା ବିରାଟଙ୍କ ପୂର୍ବରୁ କେବଳ 5 ଜଣ ଭାରତୀୟ ଖେଳାଳି ନିଜର ନାମରେ କରିପାରିଛନ୍ତି। ବିରାଟ ନିଜର ୧୦୦ ତମ ଟେଷ୍ଟ ମ୍ୟାଚରେ ୩୮ ରନ୍ ସଂଗ୍ରହ କରିବା ମାତ୍ରେ ଆଉ ଏକ ମାଇଲଖୁଣ୍ଟରେ ପହଞ୍ଚି ପାରିଛନ୍ତି | ସେ ଟେଷ୍ଟ କ୍ରିକେଟରେ ୮୦୦୦ ରନ୍ କରିବାରେ ସକ୍ଷମ ହୋଇଛନ୍ତି। ଭାରତ ପାଇଁ ଦ୍ରୁତତମ ୮୦୦୦ ରନ୍ କରିବାରେ ସବୁଠୁ ଆଗରେ ସଚିନ୍ ତେନ୍ଦୁଲକରଙ୍କ ନାମ ରହିଛି | ଯିଏ ୧୫୪ ଇନିଂସରେ ୮୦୦୦ ଟେଷ୍ଟ ରନ୍ ସଂଗ୍ରହ କରିଥିଲେ | ଯଦିଓ ଆନ୍ତର୍ଜାତୀୟ କ୍ରିକେଟ୍ ରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗକାକରା ଟେଷ୍ଟ କ୍ରିକେଟ୍ ରେ ଦ୍ରୁତତମ ୮୦୦୦ ରନ୍ ରେକର୍ଡ କରିଛନ୍ତି | ସାଙ୍ଗକାକରା ୧୫୨ ଇନିଂସରେ ୮୦୦୦ ରନ୍ ସଂଗ୍ରହ କରିଛନ୍ତି |