ଦେଖନ୍ତୁ ରାଜଧାନୀ ଭୁବନେଶ୍ôରର ଭିଆଇପି ଅଞ୍ଚଳ ଭାବେ ପରିଚିତ ୟୁନିଟ୍ –୬ର ଦୃଶ୍ୟ । ଉଚ୍ଚ ପ୍ରଦସ୍ଥ ପୋଲିସ୍ ଅଧିକାରୀଙ୍କ ବାସଭବନଠାରୁ ଆରମ୍ଭ କରି ବହୁ ମନ୍ତ୍ରୀଙ୍କ ସରକାରୀ ବାସଭବନ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସରକାରୀ ଜମି ଦଖଲକୁ ନେଇ ଜନଗହଳିପୂର୍ଣ୍ଣ ସ୍ଥାନରେ ବିଚ୍ ରାସ୍ତା ଉପରେ ସୋମବାର ଦୁଇଭାଇ ଜଣେ ଗ୍ୟାରେଜ ମାଲିକଙ୍କୁ ଏକ ଲୁହାପାଇପ୍ ଯୋଗେ ପିଟି ପିଟି ଦରମରା କରି ଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ୟୁନିଟ୍-୬ ଛକରେ ଏକ ସରକାରୀ ଜମି ଉପରେ ଜଣେ ବ୍ୟକ୍ତି ଏକ ଓମ୍ଫେଡ୍ ବୁଥ୍ କରିଛନ୍ତି । ଏହି ଦୋକାନ ସମ୍ମୁଖରେ ସରକାରୀ ଜମିରେ ଅନ୍ୟ ଜଣେ ବ୍ୟକ୍ତି ଲଣ୍ଡ୍ରି ଦୋକାନ କରିଥିଲେ । କିନ୍ତୁ କରୋନା ଯୋଗୁ ତାଙ୍କର ମୃତ୍ୟୁ ହେବାରୁ ଓମ୍ଫେଡ୍ ବୁଥ୍ ମାଲିକ ଏହି ଜମିକୁ ଜବରଦଖଲ କରିଥିଲେ । ତେବେ ମୃତ ଲଣ୍ଡ୍ରି ଦୋକାନୀଙ୍କ ଭାଇ ତଥା ନିକଟରେ ଥିବା ଜଣେ ଗ୍ୟାରେଜ ମାଲିକ ଏହାକୁ ବିରୋଧ କରିବାରୁ ଓମ୍ଫେଡ଼୍ ମାଲିକ ଏବଂ ତାଙ୍କ ଭାଇ ମିଶି ତାଙ୍କୁ ଲୁହା ପାଇପ୍ରେ ଆକ୍ରମଣ କରିଛନ୍ତି ।