ନୂଆଦିଲ୍ଲୀ,୦୪.୦୪.୨୦୨୩ (ଏନଏନଏସ ଓଡ଼ିଆ) : ପଶ୍ଚିମବଙ୍ଗରେ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳିଛି । ରିସରା ଅଞ୍ଚଳରେ ବିଜେପି ଶୋଭାଯାତ୍ରାରେ ହିଂସାକାଣ୍ଡର ଗୋଟିଏ ଦିନ ବିତିଥିବା ବେଳେ ପୁଣି ହିଂସା ଦେଖିବାକୁ ମିଳିଛି । ବିଳମ୍ବିତ ରାତିରେ ରେଲୱେ ନିକଟରେ ହିଂସାକାଣ୍ଡ ଘଟିଛି । ଏହି ହିଂସାକାଣ୍ଡରେ ରେଳବାଇର ଅନେକ କ୍ଷୟକ୍ଷତି ହୋଇଛି । ଯାହାକୁ ନେଇ ଆଜି ରେଳ ଚଳାଚଳ ପ୍ରଭାବିତ ହୋଇଛି । ଜଣେ ରେଳବାଇ ଅଧିକାରୀଙ୍କ କହିଛନ୍ତି , ରେଳ କ୍ରସିଙ୍ଗ୍ ପାଖରେ ପଥରମାଡ କାରଣରୁ ପ୍ରାୟ ୩ଘଣ୍ଡା ପାଇଁ ଟ୍ରେନ୍ ଚଳାଚଳକୁ ବାତିଲ କରିଦିଆଯାଇଥିଲା । ଏହା ପରେ ପୁଣି ହିଂସାକାଣ୍ଡ ତେଜିବାରୁ ରାମନବମୀ ହିଂସାକାଣ୍ଡ ପାଇଁ ମୁତୟନ ଥିବା ସୁରକ୍ଷା ବଳଙ୍କ ଦ୍ୱାରା ହିଂସାକୁ ନିୟନ୍ତ୍ରଣ କରାଯାଇଥିଲା । ବର୍ତ୍ତମାନ ସୁରକ୍ଷା ବଳ ସେହି ରେଳ ଷ୍ଟେସନ୍ ପାଖରେ ମୁତୟନ ହୋଇ ରହିଛନ୍ତି ।
ତେବେ ଗତ କିଛି ଦିନ ତଳେ ଏହିପରି ହିଂସାକାଣ୍ଡ ପାଇଁ ପଶ୍ଚିମବଙ୍ଗ ସରକାର ଦୁଇଟି ଜିଲ୍ଲାରେ ୧୪୪ଧାରା ଲାଗୁ କରିବା ସହ ଇଂଟରନେଟ୍ ସେବାକୁ ବାତିଲ୍ କରିଥିଲେ । କୌଣସି ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବା ପାଇଁ ଗଳି ଗଳିରେ ବୁଲି ଟ୍ରାଫିକ୍ ପୋଲିସ ସତର୍କ କରାଉଥିଲେ । ଏହା ସତ୍ୱେ ବି ହିଂସା ଥମିବାର ନାଁ ନେଉନି । ଗୋଟିଏ ସ୍ଥାନରେ ହିଂସାକୁ ବନ୍ଦ କରିବା ପାଇଁ ସରକାର ପଦକ୍ଷେପ ନେଉଥିବା ବେଳେ ଅନ୍ୟ ସ୍ଥାନରେ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳୁଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କର ଚିନ୍ତା ବଢିଯାଇଛି