ଜଗତସିଂହପୁର ଜିଲ୍ଲା ପ୍ରସିଦ୍ଧ ଶୈବପୀଠ ସ୍ଥଳି ଗୋରେଖନାଥ ଠାରେ ଗ୍ରାମବାସୀଙ୍କ ଅନଶନ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ମନ୍ଦିର କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ,ହିସାବ ରକ୍ଷକ,ନିଶାସକ୍ତ କର୍ମଚାରୀ, ଟେଣ୍ଡର ଅନିୟମିତତାକୁ ବିରୋଧ କରି ଗୋରେଖନାଥ ପୀଠର କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ ଜାରି। ପ୍ରତିଦିନ ସାରା ଭାରତ ବର୍ଷରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ଗୋରେଖ ନାଥ ପୀଠ କୁ ଧାଇଁଆସନ୍ତି କୃପା ଭିକ୍ୟ ପାଇଁ । ହେଲେ ସେଠାରେ ଶ୍ରଦ୍ଧାଳୁମାନଙ୍କ ରାତ୍ରି ଜାପନ ପାଇଁ ଘର , ଶୌଚାଳୟ, ଆଲୋକିକରଣ ସହ ଅନେକ ସମସ୍ୟା ରହିଛି। ମନ୍ଦିର ପରିଚାଳନାରେ ଥିବା ପରିଚାଳକମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ମନ୍ଦିରର ଉନ୍ନତୀ କରିବା ପରିବର୍ତ୍ତେ ଅବନତି କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ମନ୍ଦିର କାର୍ଯ୍ୟରେ ହେଉଥିବା ଅନିୟମିତତା ଏବଂ ମନମୁଖି କାର୍ଯ୍ୟକୁ ନେଇ ଅନେକ ଥର ସ୍ଥାନୀୟ ବାସିନ୍ଦା ବ୍ଲକ ଅଧିକାରୀ,ଜିଲ୍ଲା ପ୍ରଶାସନ ସହ ରାଜ୍ୟ ଦେବତୋର ବିଭାଗ ଜଣାଇଥିଲେ । କିନ୍ତୁ କିଛି ପଦକ୍ଷେପ ନନେବାରୁ ବାଧ୍ୟ ହୋଇ ଅନଶନରେ ବସିଥିବା କଥା ସ୍ଥାନୀୟ ବାସିନ୍ଦା ଆମ ଆଗରେ ପ୍ରକାଶ କରିଛନ୍ତି।