ଲାଞ୍ଚ ନେଇ ଭିଜିଲାନ୍ସ, ହାତରେ ଧରା ପଡିଛନ୍ତି ଜଣେ ଯନ୍ତ୍ରୀ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସିରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଥିଲା l ହିନ୍ଦୋଳ ଏନଏ ସିରେ କାର୍ଯ୍ୟରତ ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା ଜଣେ ହିତାଧିକାରୀଙ୍କୁ ପ୍ରଧାନ ଆବାସ ଘର ଯୋଗାଇ ଦେବାକୁ କହି ତାଙ୍କଠାରୁ 1500 ଟଙ୍କା ଲାଞ୍ଚ ନେଉଥିଲେ l ଖବର ପାଇ ଭିଜିଲାନ୍ସ ସେଠାରେ ପହଞ୍ଚି ତାଙ୍କୁ ଗିରଫ କରିଥିଲେ l ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି l