ଜ୍ୟୋତିଷ ଶାସ୍ତ୍ରରେ ମୟୂର ପୂଛର ଅନେକ ମହତ୍ତ୍ୱ ରହିଛି । ଏହାକୁ ନବଗ୍ରହଙ୍କ ପ୍ରତୀକ କୁହାଯାଇଥାଏ । କୁହାଯାଏ ଏହାକୁ ଘରେ ରଖିବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତି ସଂଚାର ହୋଇଥାଏ । ଏଥିସହ ଯେଉଁ ଘରେ ମୟୂର ପୂଛ ରହିଥାଏ ସେହି ଘରେ କେବେ ବି ଦୁର୍ଭାଗ୍ୟ ଦେଖାଯାଇନଥାଏ । ସେହିଭଳ ବାସ୍ତୁଶାସ୍ତ୍ରରେ ମରୟର ପୂଛର ଅନେକ ମହତ୍ତ୍ୱ ରହିଛି । ଏହାଦ୍ୱାରା ବାସ୍ତୁ ଦୋଷ ଦୂର କରାଯାଇଥାଏ । କେବଳ ଏତିକି ନୁହେଁ ଏହାକୁ ଘରେ ରଖିବା ଦ୍ୱାରା ଜାତକରେ ଗ୍ରହ ଦଶା ମଧ୍ୟ ପରିବର୍ତ୍ତନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ କିପରି ମୟୂର ପୂଛ ଲଗାଇବେ. . .
-ଘରେ ମୟୂର ପୂଛ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଏହାଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।
-ସେହିଭଳି ଯେଉଁ ବ୍ୟକ୍ତିଙ୍କ ଜାତକରେ ରାହୁ ଦୋଷ ରହିଥାଏ ସେହି ବ୍ୟକ୍ତି ନିଜ ପର୍ସ କିମ୍ବା ଡାଏରୀରେ ମୟୂର ପୂଛ ରଖନ୍ତୁ । ଏପରି କରିବା ଦ୍ୱାରା ରାହୁ ଦୋଷ ଦୂର ହେବା ସହ କୌଣସି କାର୍ଯ୍ୟରେ ବିଘ୍ନ ସୃଷ୍ଟି ହୁଏ ନାହିଁ ।
-ଘରର ମୁଖ୍ୟ ଦ୍ୱାର ଯଦି ବାସ୍ତୁ ଅନୁଯାୟୀ ଲଗାଯାଇନଥାଏ ତେବେ ସେହି ମୁଖ୍ୟ ଦ୍ୱାରରେ ୩ଟି ମୟୂର ପୂଛ ଏବଂ ମୟୂର ପୂଛ ତଳେ ଗଣେଶଙ୍କ ପ୍ରତିମା ଲଗାନ୍ତୁ । ଏପରି କରିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ ।
-ସେହିଭଳି ଯଦି ପତି-ପତ୍ନୀଙ୍କ ମଧ୍ୟରେ ସଦାବେଳେ ଝଗଡା ଲାଗି ରହୁଥାଏ ତେବେ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ବେଡ୍ ରୁମ୍ ରେ ମୟୂର ପୂଛ ଲଗାନ୍ତୁ । ଏପରି କରିବା ଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ ଭଲପାଇବା ବଢିଥାଏ ।
-ଜୀବନରେ ସଫଳତା ପାଇବା ପାଇଁ ସର୍ବଦା ନିଜ ପାଖରେ ଏକ ମୟୂର ପୂଛ ରଖନ୍ତୁ ।
-ଯଦି କେବେ ଡରିବା ଭଳି ସ୍ୱପ୍ନ ଦେଖୁଛନ୍ତି ତେବେ ପାଖରେ ମୟୂର ପୂଛ ରଖି ସୁଅନ୍ତୁ । ଏହା ଦ୍ୱାରା ଖରାପ ସ୍ୱପ୍ନ ଦେଖାଯାଏ ନାହିଁ ।
-ଏସବୁ ବ୍ୟତୀତ ମୟୂର ପୂଛ ଘରର ଦକ୍ଷିଣ-ପୂର୍ବ ଦିଗରେ ରଖିବା ଦ୍ୱାରା ଘରେ ସର୍ବଦା ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ । ଏଥିସହ ଘରେ କେବେ ବି ଧନର ଅଭାବ ଦେଖାଯାଏ ନାହିଁ ।