ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଚାହାନ୍ତି ସୁଖ ଆଉ ସମୃଦ୍ଧି | ଆର୍ଥିକ ଭାବେ ସ୍ଵଛଳ ହେବାକୁ କିଏ ବା ନ ଚାହେଁ ? ସମସ୍ତେ ଇଚ୍ଛା କରନ୍ତି ଯେମିତି ତାଙ୍କ ପକେଟ ସବୁବେଳେ ଗରମ ରହୁ | ଟଙ୍କାରେ ଭରପୁର ରହୁ ତାଙ୍କ ପର୍ସ | ଧନର ଦେବୀ ମା ଲକ୍ଷ୍ମୀଙ୍କ ଆଶିର୍ଵାଦ ସବୁବେଳେ ତାଙ୍କ ଉପରେ ଥାଉ | କିନ୍ତୁ, ପ୍ରତ୍ୟେକ ମଣିଷର ଜୀବନରେ ପରିସ୍ଥିତି ସବୁବେଳେ ସମାନ ରୁହେ ନାହିଁ |
ବାସ୍ତୁଶାସ୍ତ୍ର ଅନୁଯାୟୀ, ପର୍ସରେ ଟଙ୍କା ରଖିବାର ଅନେକ ଶୈଳୀ ମଧ୍ୟ ରହିଛି | ଟଙ୍କା ପଇସାକୁ ସଠିକ୍ ଢଙ୍ଗରେ ନରଖିଲେ ଆପଣଙ୍କୁ ଦେଖାଦେଇପାରେ ଆର୍ଥିକ ସଙ୍କଟ | ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ | କିଛି ଜିନିଷ ପର୍ସରେ ରଖିବା ଅତ୍ୟନ୍ତ ଅଶୁଭ । ଏହି କାରଣରୁ, ପାଖରେ ଟଙ୍କା ରହେ ନାହିଁ | ଏହାସହିତ ଖର୍ଚ୍ଚ ମଧ୍ୟ ବଢେ | ତେବେ ଚାଲନ୍ତୁ ଜାଣିବା ପର୍ସରେ ଟଙ୍କା ରଖିବାର ବାସ୍ତୁଶାସ୍ତ୍ର ସମ୍ବନ୍ଧିତ କିଛି ନିୟମ …
- ପୁରୁଣା କାଗଜ ବିଲ୍, ରସିଦ, ଅଦରକାରୀ କାଗଜପତ୍ର ପର୍ସରେ ରଖିବା ଉଚିତ୍ ନୁହେଁ | ଏହି ଜିନିଷଗୁଡ଼ିକୁ ପର୍ସରେ ରଖିଲେ ଆପଣଙ୍କ ଉପରେ ରାହୁଙ୍କ ନକାରାତ୍ମକ ପ୍ରଭାବ ପଡିଥାଏ | ଯେଉଁଥିପାଇଁ ଖର୍ଚ୍ଚ ଉପରେ କୌଣସି ଲଗାମ ରୁହେ ନାହିଁ |
- ପର୍ସରେ ଲୁହା ବସ୍ତୁ, ତୀକ୍ଷ୍ଣ ଜିନିଷ, ଛୁରୀ, ବ୍ଲେଡ୍ ଇତ୍ୟାଦି ରଖନ୍ତୁ ନାହିଁ |
- ଔଷଧ ମଧ୍ୟ ପର୍ସରେ ରଖିବା ଉଚିତ୍ ନୁହେଁ |
- ଚିରି ଫଟା ପର୍ସ ବ୍ୟବହାର କରିବା ଉଚିତ ନୁହେଁ | ଏହା ଆର୍ଥିକ ସଙ୍କଟ ସୃଷ୍ଟି କରେ | ଯଦି ପର୍ସ ଟିକେ ଫାଟି ଯାଇଥାଏ କି ଚିରି ଯାଇଥାଏ ତେବେ ଏହାକୁ ତୁରନ୍ତ ବଦଳାଇବା ଦରକାର |
- ମୁଦ୍ରାର ଶବ୍ଦ ପର୍ସରୁ ଆସିବା ଭଲ ନୁହେଁ | ପର୍ସରେ ମା ଲକ୍ଷ୍ମୀଙ୍କ ଫଟୋ ରଖିବା ଶୁଭ ବୋଲି ବିବେଚନା କରାଯାଏ | ଏହାଦ୍ୱାର ଧନର ଆଗମନ ହୋଇଥାଏ |
- ପର୍ସରେ ଟଙ୍କା ବ୍ୟବସ୍ଥିତ ଭାବରେ ରଖିବା ଉଚିତ୍ | ଯଦି ଟଙ୍କା ଏପଟ ସେପଟ କରି ରଖାଯାଇଥାଏ , ତେବେ ଋଣ ବଢିପାରେ ବୋଲି ବିଶ୍ୱାସ କରାଯାଏ |