ଏନଏନଏସ୍: ଆଜି ଓଡ଼ିଶାରେ ପୁରୀ-ହାୱଡ଼ା ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସର ହୋଇଛି ଟ୍ରାଏଲ ରନ୍ । ସକାଳ ୬ଟା ୧୦ରେ ହାୱଡ଼ାରୁ ଏହି ଟ୍ରେନ ଛାଡ଼ିଛି ପୁରୀ ଅଭିମୁଖେ ଯାତ୍ରା କରିଛି । ଏହି ଏକ୍ସପ୍ରେସ୍ ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ୨ ମିନିଟ୍ ଲେଖାଏଁ ରହିବ । ଅପରାହ୍ନ ୧୨ ଟା ୩୫ରେ ପୁରୀରେ ପହଞ୍ଚି ପୁଣି ଥରେ ୧.୫୦ ମିନିଟ୍ ରେ ପୁରୀ ରୁ ହାୱଡା ଅଭିମୁଖେ ଯାତ୍ରା କରିବ । ରାତି ୮.୩୦ରେ ହାୱଡାରେ ପହଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ ।
ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଲେ ଓଡ଼ିଶାର ପର୍ୟ୍ୟଟନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି। ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯହା ଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ।