ଏନଏନଏସ୍: ଉତ୍ତରାଖଣ୍ଡର ଅର୍ଥମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରୱାଲ ଏବଂ ଜଣେ ସ୍ଥାନୀୟ ଯୁବକଙ୍କର ସଂଘର୍ଷ ହୋଇଛି । ଖବର ଅନୁଯାୟୀ ଅର୍ଥମନ୍ତ୍ରୀଙ୍କ ଘର ନିକଟରେ ହିଁ ସ୍ଥାନୀୟ ଯୁବକଙ୍କ ସହ ଗଣ୍ଡଗୋଳ ହେଉଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି, ସୁରେନ୍ଦ୍ର ସିଂ ନେଗୀ ନାମକ ଜଣେ ଯୁବକ ଏବଂ ମନ୍ତ୍ରୀଙ୍କ ମଧ୍ୟରେ ଖୁବ୍ ଜୋରରେ ଝଗଡା ଲାଗିଛି । ଏହି ସମୟରେ ମନ୍ତ୍ରୀ ଏବଂ ତାଙ୍କ ସୁରକ୍ଷାକର୍ମୀ ଉକ୍ତ ଯୁବକଙ୍କୁ ମାଡ ମାରୁଥିବାର ଦୃଶ୍ୟ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।
उत्तराखंड के वित्त मंत्री और स्थानीय युवक की बीच जमकर हुई मारपीट, VIDEO हुआ वायरल https://t.co/55in6nzG0y pic.twitter.com/1usE1GVSf6
— NDTV India feed (@ndtvindiafeed) May 3, 2023
ତେବେ ଏହି ଘଟଣା ପରେ ମନ୍ତ୍ରୀ ନିଜେ ଦୁର୍ବ୍ୟବହାର, ଆକ୍ରମଣ, ପୋଷାକ ଚିରି ଲୁଟ୍ କରିଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଯୁବକ ଜଣକ ଫେସବୁକ୍ ପୋଷ୍ଟ କରି ନିଜର ମାମଲା ମଧ୍ୟ ଉପସ୍ଥାପନ କରିଛନ୍ତି। ଉକ୍ତ ଘଟଣା ସମ୍ପର୍କରେ ସୁରେନ୍ଦ୍ର ସିଂ ନେଗୀ କହିଛନ୍ତି, ସେ ଏକ ଟ୍ରାଫିକ୍ ଜାମ୍ ରେ ଅଟକି ରହିଥିଲେ, ତାଙ୍କ ପାଖରେ ଥିବା କାରରେ କିଏ ବସିଥିବାର ସେ ଜାଣି ନ ପାରି ଚାଲିଯାଇଥିଲି । ପରେ ମନ୍ତ୍ରୀ ଏବଂ ତାଙ୍କ ସୁରକ୍ଷାକର୍ମୀ ମୋତେ ଦୁର୍ବ୍ୟବହାର କରିଥିଲେ ଏବଂ ଯେତେବେଳେ ମୁଁ ବିରୋଧ କରିଥିଲି, ସେମାନେ କାରରୁ ବାହାର ମୋତେ ମାଡ ମାରିଥିଲେ । ଅନ୍ୟପଟେ ଉକ୍ତ ଘଟଣାର ସତ୍ୟାସତ୍ୟ ତଦନ୍ତ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।