ଋଷ – ୟୁକ୍ରେନ ମଧ୍ୟରେ ଜାରି ରହିଛି ଭୟଙ୍କର ଯୁଦ୍ଧ | ଯୁଦ୍ଧକୁ ଆଜି ୧୫ ଦିନ ହେଲାଣି ହେଲେ ଯୁଦ୍ଧରୁ ବିରତ ହେଉନି ଋଷ | ଯୁଦ୍ଧକୁ ରୋକିବା ପାଇଁ ସମସ୍ତ ପ୍ରୟାସ ମଧ୍ୟ ହୋଇଛି ବିଫଳ | ଏଭଳି ସଙ୍କଟପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ପୁଣି ଆସିଛି ଆଉ ଏକ ଭୟଭୀତ କଲା ଭଳି ଖବର | ଋଷ ଯୁଦ୍ଧ ଜିତିବା ପାଇଁ ରାସାୟନିକ କିମ୍ବା ଜୈବିକ ଅସ୍ତ୍ର ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ କରିପାରେ ବୋଲି ଆମେରିକା କହିଛି | ଏ ନେଇ ହ୍ୱାଇଟ ହାଉସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।
ଏଥିରେ କୁହାଯାଇଛି ଯେ, ଋଷ କଳେବଳେ କୌଶଳେ ଯୁଦ୍ଧ ଜିତିବାକୁ ଚାହୁଁଛି | ଋଷ ଜୈବିକ କିମ୍ବା ରାସାୟନିକ ଅସ୍ତ୍ରରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି | ତେଣୁ ଋଷ ଉପରେ କଡା ନଜର ରଖିବା ଉଚିତ । ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ପାସାକି କହିଛନ୍ତି ଯେ, ଏହା ପୂର୍ବରୁ ବି ଋଷ କେମିକାଲ ଆଟକ କରିସାରିଛି ତେଣୁ ୟୁକ୍ରେନ ଉପରେ ଏହାକୁ ଋଷ ପ୍ରୟୋଗ କରିବାର ଯଥେଷ୍ଟ ସମ୍ଭାବନା ଥିବା ଆମେରିକା ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଆମେରିକାର ଏପରି ବୟାନର ପାଲଟା ଜବାବ ଦେଇଛି ଋଷ । ୟୁକ୍ରେନରେ ଆମେରିକା ପୂର୍ବରୁ ଜୈବିକ ଅସ୍ତ୍ର ସାଇତି ରଖିଛି, ଯାହାର ସନ୍ଧାନ ଋଷକୁ ମିଳିସାରିଛି ।