ଉତ୍ତରପ୍ରଦେଶରେ ବିଜେପିର ବାଜିମାତ | ୟୁପିରେ ପୁଣି ଚାଲିବ ଯୋଗୀଙ୍କ ରାଜ। ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । କିନ୍ତୁ ହାରିଗଲେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋୖର୍ଯ୍ୟ | ଖାଲି ସେ ଏକା ନୁହନ୍ତି ରାଜ୍ୟର ୧୦ ଜଣ ମନ୍ତ୍ରୀ ମଧ୍ୟ ହୋଇଛନ୍ତି ପରାଜିତ । ଉତ୍ତରପ୍ରଦେଶରେ ବିଜେପିର ବିପୁଳ ବିଜୟେ ଦଳର କର୍ମୀଙ୍କୁ ଯେତିକି ଖୁସି ଆଣି ଦେଇଛି ତାହା ଠାରୁ ଅଧିକ କଷ୍ଟ ଦେଇଛି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ପରାଜୟ । ସିରାଥୁରେ ବିଜେପି ପ୍ରାର୍ଥୀ କେଶବ ପ୍ରସାଦ ମୋୖର୍ଯ୍ୟଙ୍କୁ ୭,୩୩୭ ଭୋଟରେ ହରାଇଛନ୍ତି ସମାଜବାଦୀ ପାର୍ଟିର ପ୍ରାର୍ଥୀ ଡ. ପାଲ୍ଲଭି ପଟେଲ।
ଏହି ପରାଜୟ କେଶବ ପ୍ରସାଦ ମୌର୍ଯ୍ୟଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ | ୟୁପିରେ ସିଏମ ଯୋଗୀଙ୍କ ହାୱା ଚାଲିଥିବା ବେଳେ ଉପମୁଖ୍ୟମନ୍ତ୍ରୀ କିପରି ଜିତିପାରିଲେ ନାହିଁ ବୋଲି ଏବେ ସବୁଠି ଚର୍ଚ୍ଚା । ତେବେ ଏବେ ପ୍ରଶ୍ନ ଉଠୁଛି ଯୋଗୀ ସରକାର କଣ ତାଙ୍କୁ ପୁଣି କ୍ୟାବିନେଟରେ ସାମିଲ କରିବେ ନା ନାହିଁ ?