ଭୁବନେଶ୍ୱର : +୩ ପରୀକ୍ଷା ପ୍ରସ୍ତୁତି ନେଇ ସମୀକ୍ଷା କଲେ ମନ୍ତ୍ରୀ । ୟୁଜି/ପିଜି ପରୀକ୍ଷା ନେଇ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ମିଟିଂ କରାଯାଇଥିଲା । ଏହା ପରେ ଉଚ୍ଚଣଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପିଲାମାନେ କିଭଳି ପରୀକ୍ଷା ଦେବେ ଅଧ୍ୟାପକ/ଅଧ୍ୟାପିକାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ପିଲାମାନଙ୍କ ମେଣ୍ଟର ଦାୟିତ୍ୱ ଅଧ୍ୟାପକ/ଅଧ୍ୟାପିକାଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ଅଧ୍ୟାପକ/ଅଧ୍ୟାପିକାଙ୍କ ଦାୟିତ୍ୱରେ ନିର୍ଦ୍ଦିଷ୍ଟ ସଂଖ୍ୟକ ପିଲା ରହିବେ ଓ ସେମାନେ କିଭଳି ସୁରୁଖୁରୁରେ ପରୀକ୍ଷା ଦେଇପାରିବେ ସେ କଥା ବୁଝିବେ । ଅନଲାଇନରେ ହେବାକୁ ଥିବା ପରୀକ୍ଷା କିଭଳି ପିଲାମାନେ ଦେଇପାରିବେ ସେକଥା ମେଣ୍ଟର ବୁଝିବେ । ଆଜିଠାରୁ ଅଧ୍ୟାପକ/ଅଧ୍ୟାପିକାମାନଙ୍କୁ ଏଭଳି ଦାୟିତ୍ୱ ଦିଆଯାଇଥିବାର ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି | କରୋନା ମହାମାରୀ ଯୋଗୁଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅନଲାଇନ ପାଠପଢ଼ା ଚାଲିଛି । ଜୁନ ସୁଦ୍ଧା ସମସ୍ତ କୋର୍ସ ଶେଷ ହୋଇଯିବ । ତେବେ ଚଳିତବର୍ଷ ଅନଲାଇନରେ ପରୀକ୍ଷା ହେବାକୁ ଥିବାବେଳେ ଛାତ୍ରଛାତ୍ରୀମାନେ ଦ୍ବନ୍ଦରେ ଥିଲେ । ଉପାନ୍ତ ଅଂଚଳରେ ମୋବାଇଲ ନେଟୱାର୍କ ନଥିବାବେଳେ ସମସ୍ତଙ୍କ ପାଖରେ ମୋବାଇଲ ନଥିବାରୁ କିଭଳି ଅନଲାଇନ ପରୀକ୍ଷା ପିଲାମାନେ ଦେଇପାରିବେ ସେନେଇ ଆଜି ଆଲୋଚନା ହୋଇଥିଲା ।