ଆଜିଠୁ ଆରମ୍ଭ ହୋଇଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଆଜି ଏହାର ପ୍ରଥମ ପର୍ଯ୍ୟାୟ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ଏଥିରେ ୧୧ଟି ଜିଲ୍ଲାର ୫୮ଟି ଆସନରେ ମତଦାନ କରିବେ ମତଦାତା । ୬୨୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । କିନ୍ତୁ ଆଜି ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ସକାଳ ୯ ଟା ସୁଦ୍ଧା ମାନ୍ଦା ଗତିରେ ଚାଲିଥିବା ଜଣାପଡିଛି । ସକାଳ ୯ଟା ଯାଏଁ ମାତ୍ର ୭.୯୩ ପ୍ରତିଶତ ଭୋଟିଂ ହୋଇଥିବା ଜଣାପଡିଛି । ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୫୦ହଜାର ପାରାମିଲିଟାରୀ ଫୋର୍ସ, ୪୧୨ କେନ୍ଦ୍ରୀୟ ସୁରକ୍ଷା ବଳରେ ଛାଉଣୀ ହୋଇଛି ଗଳିକନ୍ଦି ।ଯାଉଛି ।କରୋନା କାରଣରୁ ନିର୍ବାଚନ ଆୟୋଗ ଭୋଟ୍ ପାଇଁ ୧ ଘଣ୍ଟା ସମୟ ବଢ଼ାଇଛନ୍ତି।